Jump to content

ତାଇଲା ମାଇଲା

ଉଇକିଅଭିଧାନ‌ରୁ

ତାଇଲା ମାଇଲା

ଉଚ୍ଚାରଣ

[ସମ୍ପାଦନା]

ତାଇଲାକୁ ମାଇଲା, ତାହିଲାକୁ ମାହିଲାଅନ୍ୟରୂପ

  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

(ଲୁହା ତାଇ ହୋଇଥିବା ଅବସ୍ଥାରେ ଲୁହାକୁ କମାର ହାତୁଡ଼ିରେ ପିଟିଲେ ଲୁହା ଇପ୍ସିତ ଆକାରରେ ପରିଣତ ହୁଏ, ଏହି ଭାବରୁ) ===

୧. ଉପଯୁକ୍ତ ସମୟ ଦେଖି ଉପଯୁକ୍ତ କାର୍ଯ୍ୟ କରିବା ପ୍ରକାରେ; ଦେଶକାଳପାତ୍ରର ଉପଯୋଗୀ କାର୍ଯ୍ୟ କରିବା ପ୍ରକାରେ —୧. In a manner befitting the time or the condition; in an appropriate manner.


୨. ସଙ୍ଗେ ସଙ୍ଗେ; ତରତରିଆ ଭାବରେ କୌଣସି କାର୍ଯ୍ୟ କରିବା ପ୍ରକାରେ; ତାତକାଳିକ ଭାବରେ — ୨. In a hasty manner; hurriedly; in no time.

(ଯଥା—ଘରର ଏଷ୍ଟିମେଟ୍ ମଞ୍ଜୁର ହୋଇଗଲେ ମୁଁ ତାଇଲା ମାଇଲା କାମ ଲଗେଇ ଦେଇ ନିଶ୍ଚେ ଦୁଇ ମାସ ମଧ୍ୟରେ ଘରଟାକୁ ଠିଆ କରାଇ ଦେବି)

୩. କଦର୍ଯ୍ୟଭାବରେ; ଅଯତ୍ନଭାବରେ — ୩. Carelessly; in a slip-shod manner.