Jump to content

ତାକୁଡ଼ି

ଉଇକିଅଭିଧାନ‌ରୁ

ତାକୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତକୁଟୀ)

[ସମ୍ପାଦନା]
୧. ସୁତା କାଟିବାର ଲୁହା ବା ବାଉଁଶର ଶଳାକା — ୧. Spindle; Takli.

[ ଦ୍ର—ଏହା ମୂଳରେ ଗୋଟିଏ ଭାରୀ ଚକତି ବା ଗୋଟାଳି ବା ପିଣ୍ଡ (ତକୁପିଣ୍ଡ ବା ତର୍କୁପୀଠ) ଥାଏ ଓ ଅଗରେ ଖଣ୍ଡେ ଛୋଟ ସୁତାଦଶୀ (ନାକି) ଲାଗିଥାଏ]

୨. ଅରଟରେ ଲାଗିଥିବା ଲୌହ ଶଳାକା — ୨. Spindle of a spinning wheel.

ବିଶେଷଣ -

[ସମ୍ପାଦନା]

ଗୋଟିଏ ତାକୁଡିରେ ଗୁଡିଆ ହେବା ପରିମିତ (ସୂତା) — Spindle-ful (of thread).

ବରଷକେ କାଟେଁ ଚିନି ତାକୁଡ଼ି ଲୋ ବିନକେ କାଟଇ ଖିଏ, ସାଇ ପଡ଼ୁଶୁଣୀ ପଚାରିଆ ତୁ ମୋ ପରି ଘରଣୀ କିଏ? ହାସ୍ୟତରଙ୍ଗ ଗୀତ

[ ଦ୍ର—ଆମ ଦେଶରେ ତୂଳାରୁ ବା ଝୋଟରୁ ବା ଛଣପଟରୁ ତାକୁଡ଼ୀଦ୍ୱାରା ସୁତା କାଟିବା କାର୍ଯ୍ୟ ବହୁକାଳରୁ ପ୍ରଚଳିତ ଅଛି ଅରଟ ପରବର୍ତ୍ତୀ କାଳର ସୃଷ୍ଟି ଗରିବ ପରିବାରର ମାଇପେ, ବିଶେଷତଃ ବିଧବା ବ୍ରାହ୍ମଣୀମାନେ ଏ ପର୍ଯ୍ୟନ୍ତ ତୂଳାକୁ ବଳି ବଳଣା କରି ବଳଣାରୁ ତାକୁଡ଼ିରେ ପଇତା ସୁତା କାଟୁ ଅଛନ୍ତି

ତାକୁଡ଼ିର ମୂଳରେ ଗୋଟିଏ ଚକି ଥାଏ ଓ ତାକୁଡ଼ି ଶଳାକାକୁ ଜଘଂରେ ବଳି ଛାଡ଼ି ଦେଲେ ଏହା ବୁଲୁଥାଏ ଏବଂ ସୁତା ମନକୁ ବଳି ହୋଇ କିଆରି ହେଉ ଥାଏ ସୂତା ବଳି ହେଲା ବାଦ୍ ତାହାକୁ ତାକୁଡ଼ିର ମୂଳରେ ଗୁଡ଼ାଇ ପୁଣି ନୂଆ ସୂତା କାଟିବାକୁ ହୁଏ]