ତାଜିଆ
ତାଜିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]ମହରମ ପର୍ବ ସମୟରେ ସିହା ମୁସଲମାନ୍ ମାନେ ବତା ଓ ବାଉଁଶ ପାତିଆର ଯେଉଁ ମେଢ଼ ଉପରେ କାଗଜ, ଜରି ପନି ଆଦି ମଡ଼ାଇ ଶୋଭାଯାତ୍ରା କରନ୍ତି ଓ ଶେଷରେ ତାକୁ ନେଇ ନଈ ଆଦିରେ ବିସର୍ଜନ କରନ୍ତି — A decorated framework representing the mausoleum over the tombs of Saints Hasan and Hossain which is carried by the Siha Mussalmans in procession during the Mohorran festival and consigned into water.
[ଦ୍ରଷ୍ଟବ୍ୟ —ମୁସଲମାନଙ୍କ ଧର୍ମ ପ୍ରବର୍ତ୍ତକ ହଜରତ୍ ମହମ୍ମଦଙ୍କ ଭକ୍ତ ଓ ଅନୁଚର ଦ୍ୱୟ ଇମାନ୍ ହାସନ୍ ଓ ହୋସେନ୍ ପ୍ରତିମାପୂଜକ ବିଧର୍ମୀ— ମାନଙ୍କଦ୍ୱାରା ଧର୍ମଯୁଦ୍ଧରେ ଆରବ ଦେଶର କରବଲ୍ଲା ନାମକ ସ୍ଥାନରେ ନିହତ ହୋଇଥିଲେ ଓ ସେହି ସ୍ଥାନରେ ସେମାନଙ୍କକବର ଅଛି ସେହି କଗବର ଉପରେ ନିର୍ମିତ ସମାଧିମନ୍ଦିରର ପ୍ରତିରୂପରେ ସିହା ମୁସଲମାନ୍ମନେ ବାଉଁଶ ବତା ଓ ବାଉଁଶ. ପାତିଆରେ ମେଢ଼ ତିଆରି କରି ତହିଁ ଉପରେ ନାନା ବର୍ଣ୍ଣର ଚିତ୍ର— ବିଚିତ୍ର କନା, କାଗଜ, ଜରି ଅଭ୍ର ଓ ପନି ମଡ଼ାଇ ତାକୁ କାନ୍ଧେଇ କରି ମହରମ ପର୍ବ ସମୟରେ ଶୋଭାଯାତ୍ରା କରି ବାହରନ୍ତି ଏବଂ ଶେଷଦିନ ଉକ୍ତ ମେଢ଼କୁ ନେଇ ନଈ ଆଦିରେ ବିସର୍ଜନ କରନ୍ତି ଏ ପ୍ରଥା କେବଳ ଭାରତବର୍ଷର ସିହା ମୁସଲମାନଙ୍କ ମଧ୍ୟରେ ଚଳେ କଥିତ ଅଛି ଯେ ଭାରତ ଆକ୍ରମଣକାରୀ ତୈମୁର୍ କେତେକ ଜାତିଙ୍କୁ ନାଶ କରି କରବଲ୍ଲା ତୀର୍ଥକୁ ଯାଇଥିଲେ, ସେଠାରୁ ଉକ୍ତ ତୀର୍ଥର କୌଣସି ସ୍ମାରକ ଚିହ୍ନ ଆଣିଥିଲେ; ଉକ୍ତ ବସ୍ତୁକୁ ସେ ପ୍ରତିବର୍ଷ ମହରମ ସମୟରେ ଶୋଭାଯାତ୍ରା ପୂର୍ବକ ବାହାର କରୁଥିଲେ ଓ ସେଥିରେ ତାଙ୍କ ସୈନ୍ୟମାନ ଯୋଗ ଦେଉଥିଲେ ସେହି କାଳରୁ ଭାରତବର୍ଷରେ ତାଜିଆ ବାହାର କରିବା ପ୍ରଥା ଚଳି ଆସୁଅଛି
ଧର୍ମଯୁଦ୍ଧରେ ନିହତ ଇମାମ୍ ହାସନ୍ ଓ ହୋସେନ୍ଙ୍କ ମୃତୁରେ ଶୋକ ପ୍ରକାଶ କରିବା ଏ ତାଜିଆ ବାହାର କରିବାର ଉଦ୍ଦେଶ୍ୟ(ହିନ୍ଦୀ - ଶବ୍ଦସାଗର)—(ମହରମ୍ ତଳେ ନୋଟ ଦେଖ)]