ତାଞ୍ଜୋର
ଦେଖଣା
ତାଞ୍ଜୋର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଦାକ୍ଷିଣାତ୍ୟରେ ଏକ ପ୍ରଧାନ ନଗର ଓ ଜିଲ୍ଲା —An important district and city in South India.
[ଦ୍ରଷ୍ଟବ୍ୟ — ଏହା ମାନ୍ଦ୍ରାଜ ପ୍ରଦେଶରେ ଗୋଟିଏ ଜିଲ୍ଲା ଓ ଜିଲ୍ଲାର ରାଜଧାନୀ ଅଟେ ଏହା ପୂର୍ବେ ଗୋଟିଏ ରାଜ୍ୟ ଥିଲା୧୭୯୯: ମସିହାରେ ଏହା ବ୍ରିଟିଶ ଶାସନାଧୀନ ହେଲା ଏବଂ ଏଥିରେ ରାଜା ପେନସନ୍ ପାଇଲେ ଏହା ଚୋଳରାଜାଙ୍କ ରାଜଧାନୀ ଥିଲା ପୂର୍ବେ ଏଠାରେ ତାଞ୍ଜନ୍ ନାମକ ଜଣେ ଦୈତ୍ୟ ବାସ କରି ପ୍ରାଣି—ବିନାଶ ଓ ନାନା ଉପଦ୍ରବ କରୁଥିଲା ଶ୍ରୀ ବିଷ୍ଣୁ ଏହି ଦୈତ୍ୟକୁ ବିନାଶ କରିଥିଲେ ଦୈତ୍ୟର ନାମାନୁସାରେ ସ୍ଥାନର ନାମ ତାଞ୍ଜନ୍ ବା ତାଞ୍ଜୋର ହୋଇଅଛି ଏଠାରେ ଦେବେଶ୍ୱର ମହାଦେବଙ୍କର ଏକ ବୃହତ୍ ମନ୍ଦିର ଅଛି ମଦନମୋହନ ତୀର୍ଥଦର୍ଶନ]