ତାଟିକୀଳାମାଡ଼
ଦେଖଣା
ତାଟିକୀଳାମାଡ଼
ଉଚ୍ଚାରଣ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ -
- ୧. ତାଟିର କୀଳକ ଦଣ୍ଡ ବା ଧଡ଼ାଦ୍ୱାରା ପ୍ରହାର —୧. Cudgelling with the bar of a Tāṭi
- ୨. ଘରର ତାଟିକୁ କୀଳି ଦେଇ କୌଣସି ମନୁଷ୍ୟକୁ ଘର ମଧ୍ୟରେ ପୂରାଇ ମାରିବା —୨. Beating a person inside a house by shutting the Tāṭi door (so that no outsider can interfere in the beating.)
ଏ ଘରେ ମୁଁ ରହିବା ନାହିଁ ଖଣ୍ଡିଆ ପଥୁରି ଧୋଇବି ନାହିଁ ତାଟିକିଳା ମାଡ଼ ସହିବି ନାହିଁ ଢଗ
[ଦ୍ରଷ୍ଟବ୍ୟ — ଆମ ଦେଶର ଇତର ଲୋକମାନଙ୍କର ନିଜ ସ୍ତ୍ରୀଙ୍କୁ ପ୍ରହାର କରିବା ଘଟନାରେ ସ୍ତ୍ରୀମାନଙ୍କର ପ୍ରଭୂକ୍ତିସୂଚକ ଏ ଢ଼ଗ ବୋଲା ଯାଏ ତାଟିକୀଳା ମାଡ଼ର ଉଭୟ ଅର୍ଥ ସେ ସ୍ଥଳରେ ଖଟେ ତାଟିର କୀଳା ଦ୍ୱାରାମାଡ଼ ଦିଆଯାଏ ଓ ତାଟିକୁ ଘର ଭିତରଆଡ଼ୁ କୀଳି ଦେଇ ସ୍ତ୍ରୀକୁ ମାଡ଼ ଦିଆଯାଏ, ସେପରିକି ମାଡ଼ ଖାଉଥିବା ସ୍ତ୍ରୀ ମାଡ଼ ବିକଳରେ ଡାକ ପକାଇଲେ ଡାକ ଶୁଣି ବାହାରରୁ କେହି ଲୋକ ସେ ଘରଭିତରକୁ ଆସି ପାରିବେ ନାହିଁ ଓ ମାଡ଼ ଖାଉଥିବା ସ୍ତ୍ରୀକୁ ରକ୍ଷା କରି ପାରିବେ ନାହିଁ ଦୁଇ ଅର୍ଥରେ ତାଟିକୀଳା ମାଡ଼ର ବିଷମ ପରିଣାମ ଆମ ଦେଶରେ ବାଉରି, କଣ୍ଡରା, ପାଣ, ହାଡ଼ି ଆଦିଙ୍କ ପରିବାରରେ ବିରଳ ନୁହେଁ]