ତାଟି କବାଟ
ଦେଖଣା
ତାଟି କବାଟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗରିବ ଲୋକଙ୍କ ଗୃହରେ କବାଟରୂପେ ବ୍ୟବହୃତ ତାଟି —୧. Screens of bamboo laths serving as doors to the house of poor people who cannot afford the luxury of having costly wooden doors.
- ୨. ଗ୍ରାମର ବଡ଼ଲୋକ ଓ ଗରିବ ଲୋକ ସମସ୍ତଙ୍କ ଘରର ଦୁଆରମାନ (ବଡ଼ଲୋକଙ୍କ କବାଟ ଓ ଗରିବଙ୍କ ତାଟି) — ୨. The doors of all the village,rich and poor.
(ଯଥା— ସେ ଗ୍ରାମରେ ଝାଡ଼ାକଇ ପ୍ରବଳ ହେବାରୁ ସନ୍ଧ୍ୟା ପୂର୍ବରୁ ତାଟି କବାଟ ସବୁ ପଡ଼ିଯାଉଛି)
- ୩. ଏକପ୍ରକାର ଶାରୀରିକ ବ୍ୟାୟମମୂଳକ ଖେଳ — ୩. A kind of out-door game involving physical exercise.
[ଦ୍ରଷ୍ଟବ୍ୟ — ନିତାନ୍ତ ପକ୍ଷରେ ଛଅ ଜଣ ଖେଳାଳୀଙ୍କୁଦ୍ୱାରା ଏ ଖେଳ ଖେଳାଯାଏ ଡୁ ଡୁ ଖେଳ ପରି ଏଥିରେ ଖେଳାଳିମାନେ ସମାନ
ସଂଖ୍ୟାରେ ବିଭକ୍ତ ହୋଇଥାନ୍ତି ଖେଳପଡ଼ିଆରେ ଉଭୟ ପକ୍ଷଙ୍କ ମଧଅୟରେ ଗେଟିଏ ରେଖା ବା ଘାଇ କଟାଯାଇ ପ୍ରତ୍ୟେକ ପକ୍ଷର ସୀମା (ପାହି) ନିର୍ଦ୍ଧାରଣ କରାଯାଏତହିଁପରେ ଏକ ପକ୍ଷରେ ଦୁଇଜଣ ଘାଇଠାରୁ ପ୍ରାୟ ୧୫\୨: ହାତ ଦୂରରେ ପରସ୍ପର ହାତ ଧରାଧରି ହୋଇ ଗୋଟିଏ ବାଡ଼ ଦେବା ଭଳି ଠିଆ ହିଅନ୍ତି ଓ ତାଙ୍କ ପଛରେ ସନ୍ଧି ଜାଗାରେ ଜଣେ ଖେଳାଳି ଠିଆ ହୁଏ ତହୁଁ ଅପର ପକ୍ଷର ଜଣେ ଘାଇମୁଣ୍ଡରୁ "ଡୁଡୁ" 'କିତି କିତି' ଇତ୍ୟାଦି ଧ୍ୱନି ଏକା ନିଶ୍ୱାସରେ ଅନବଚ୍ଛିନ୍ନ ରୂପେ ଉଚ୍ଚାରଣ କରି ପୂର୍ବୋକ୍ତ ଦୁଇ ଜଣଙ୍କ ପଛରେ ଠିଆ ହେଇଥିବା ଖେଳାଳିଙ୍କୁ ଛୁଇଁବା ପାଇଁ ବାଡ଼ ଭଳି ଠିଆ ହୋଇଥିବା ଦୁଇ ଲୋକଙ୍କ ଚାରିପାଖରେ ଘାଉଁରି ଖାଇ ବୁଲେ ଓ ଫଛଆଡ଼େ ଥିବା ଖେଳାଳି ମଧ୍ୟ ମଧ୍ୟ ତାକୁ ଧରା ନଦେବା ପାଇଁ ବାଡ଼ ହୋଇ ଠିଆ ହୋଇଥିବା ଖେଳାଳି ଦୁହିଙ୍କ ଚାରିପଟରେ ବାଆଁ ଖାଡ଼ିଆ ଦେଇ ବୁଲୁଥାଏ ବିପକ୍ଷ ପକ୍ଷରେ ଖେଳାଳି ଯେବେ ଏକା ନିଶଅବାସକେ ପଛପଟର ଖେଳାଳିକୁ ଛୁଇଁ ଦିଏ, ତାହାହେଲେ ଶେଷାକ୍ତ ଖେଳାଳିଟି 'ମରେ' ଏବଂ ଆଉ ଜଣେ ତା ସ୍ଥାନ ଅଧିକାର କରେ ଓ ପୁଣି ବିକ୍ଷ ପକ୍ଷରେ ଆଉ ଜଣେ ଖେଳାଳି ଘାଇକୁ ଟପି ଏକା ନିଶଅବାସକେ ଫଛବାଲାକୁ ଛୁଇଁବାକୁ ଯାଏ ଏହିପରି ସେ ବାଡ଼ର ସମସ୍ତେ ମରିଗଲେ ପୂନର୍ବାର ପାହି ପରିବର୍ତ୍ତେ ହୁଏ ଏବଂ ସେମାନଙ୍କ ଉପରେ ବୋଝ ହୁଏ ଏହିପରି ଅପର ପାହିର ଖେଳାଳି ଖେଳନ୍ତି ପାହିକୁ ଟପି ଯାଇଥିବା ଆକ୍ରମଣକାରୀ ଖେଳାଲି ଏକାନିଶ୍ୱାସକେ ରାହା ଧରି ଗୋଡ଼ାଇବା ବେଳେ ଯଦି କୌଣସି କ୍ରମେ ବିପଯ ପାହିରେ ତାହାର ଧ୍ୱନି ବନ୍ଦ ହୋଇଯାଏ ଏବଂ ଏହି ଅବସ୍ଥାରେ ବିପକ୍ଷ ଦଳର କେହି ତାକୁ ଛୁଇଁ ଦିଏ, ତେବେ ସେ 'ମଲା' ବୋଲି ଧରାଯାଏ]