ତାତ
ଦେଖଣା
ତାତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତାୟ ଧାତୁ=ପାଳନକରିବା+କର୍ତ୍ତୃ. ତ; ୟ ଲୋପ; ଯେ ସନ୍ତାନ ପାଳନ କରନ୍ତି)
[ସମ୍ପାଦନା]- ୧. ପିତା —୧. Father.
- ୨. ପବିତ୍ର ଧାର୍ମିକ ବ୍ୟକ୍ତି — ୨. Holy or pious man.
- ୩. ସ୍ନେହପାତ୍ର —Object of affection.
- ୪. ମାନ୍ୟ ବ୍ୟକ୍ତି; ପଜ୍ୟ ବ୍ୟକ୍ତି — ୪. Revered person.
- ୫. ପୁତ୍ର —୫. Son.
- ୬. ପିତୃବ୍ୟ —୬. Paternal uncle.
ସଂସ୍କୃତ - ଅ
[ସମ୍ପାଦନା]ସ୍ନେହସୂଚକ ସମ୍ୱୋଧନ — A term of endearment or affection.
[ ଦ୍ର—ଏହା ଭାଇ, ବନ୍ଧୁ ଓ ବିଶେଷତଃ ଆପଣାଠାରୁ ବୟସରେ ସାନ ବ୍ୟକ୍ତିମାନଙ୍କୁ ସମ୍ୱୋଧନ କରିବାରେ ବ୍ୟବହୃତ ହୁଏ
[ତୁଳନା କର, ଓଡ଼ିଆରେ ଏହିପରି ସ୍ଥଳରେ ବାବୁ, ବାପ, ବାପା ସମ୍ୱୋଧନ]
ଭୋ ତାତ କର୍ମ ପଦେ ସେବ କର୍ମହୁଁ ନାହିଁ ଅନ୍ୟ ଦେବ—ଜଗନ୍ନାଥ. ଭାଗବତା
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ତପ ଧାତୁ=ସନ୍ତାପ ଦେବା; ତତାଇବା; ସଂସ୍କୃତ - ତାପ; ତୁଳ. ଆରବୀ, ତାବ୍=ଗରମୀ;
[ସମ୍ପାଦନା]- ୧. ତାପ; ଉତ୍ତାପ; ଦହକ; ଧାସ; ଝାଞ୍ଜି — ୧. Heat; warmth; blaze.
- ୨. କ୍ରୋଧ; ରାଗ —୨. Anger.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ମାନ୍ୟ; ପୂଜ୍ୟ — Honoured; revered.
=== ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ତୁଳ. ହିନ୍ଦୀ - ତାତ=ତପ୍ତ)
ତବତ ଭାତ — Hot or warm boiled rice.