ତାନ୍ସେନ୍
ତାନ୍ସେନ୍
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମୋଗଲ ସମ୍ରାଟ ଆକବରଙ୍କ ସମୟର ବିଖ୍ୟାତ ସଙ୍ଗୀତାଚାର୍ଯ୍ୟ —Name of a famous professor of music during the region of the Moghal emperor Ākbar.
[ ଦ୍ର— ଏହାଙ୍କର ଜନ୍ମ ଗୋୟାଳିର ରାଜ୍ୟରେ; ଏ ଜାତିରେ ବ୍ରାହ୍ମଣ ଏବଂ ଏହାଙ୍କର ନାମ ତ୍ରିଲୋଚନ ଥିଲା ଏ ଆକବର ବାଦସାହାଙ୍କ ଅମଳର ପ୍ରସିଦ୍ଧ ଗାୟକ ଥିଲେ ସଙ୍ଗୀତଜ୍ଞ ପଣ୍ଡିତ— ମାନେ କହନ୍ତି ଏପରି ଗାୟକ ଆଜି ପର୍ଯ୍ୟନ୍ତ ଭାରତରେ ଜନ୍ମି ନାହାନ୍ତି ଓ ରାଜା ମାନସିଂହଙ୍କ ପ୍ରତିଷ୍ଠିତ ସଙ୍ଗୀତ ବିଦ୍ୟାଳୟରେ ପ୍ରଥମେ ଶିକ୍ଷା ଲାଭ କରିଥିଲେ ତତ୍ପର ବୃନ୍ଦାବନର ପ୍ରସିଦ୍ଧ ହରିଦାସ ବାବାଜୀଙ୍କ ଶିଷ୍ୟତ୍ୱ ଗ୍ରହଣ କରି କେତେ କାଳ ସଙ୍ଗୀତ ବିଦ୍ୟା ଶିଖିଲେ କେହି କେହି କହନ୍ତି ଏ ପ୍ରସିଦ୍ଧ ମୁସଲମାନ୍ ସ୍ତୋତ୍ ହଜରତ୍ ମହମ୍ମଦ ଗାଉସଙ୍କ ନିକଟରେ ଓ ଧୂପଦର ଆବିଷ୍କାରକ ବୃନ୍ଦାବନର ସାରଦା ସ୍ୱାମୀଙ୍କ ନିକଟରେ ସଙ୍ଗୀତ ଶିକ୍ଷା କରିଥିଲେ ଏ ପ୍ରଥମେ ଭାଟର ରାଜା ରାମଚନ୍ଦ୍ର ବଘେଲାଙ୍କର (ମତାନ୍ତରରେ ରେଡ଼ା ମହାରାଜଙ୍କ) ରାଜସଭାର ଜନୈକ ପାରିଷଦ ଥିଲେ ଏହାଙ୍କର ଖ୍ୟାତି କ୍ରମେ ଦେଶବ୍ୟାପୀ ହୋଇଥିଲା ସମ୍ରାଟ ଆକବର ଗାଦିନସିନ୍ ହେବାର ୧ ବର୍ଷ ପରେ ଏହାଙ୍କ ଖ୍ୟାତି ଶୁଣି ଏହାଙ୍କୁ ଡକାଇଇଲେ ଓ ଏହାଙ୍କ ଗାନରେ ଏପରି ମୁଗ୍ଧ ହେଲେ ଯେ ଏହାଙ୍କୁ ଦୁଇ ସକ୍ଷ ଟଙ୍କା ପୁରସ୍କାର ଦେଲେ ଏବଂ ନିଜ ରାଜା ସଭାରେ 'ନବରତ୍ନ' ମଧ୍ୟରେ ଏକତମ ରୂପେ ଏହାଙ୍କୁ ପ୍ରତିଷ୍ଠିତ କଲେ କେତେକ ଦିନ ପରେ ତାନ୍ସେନ୍ ଗୋଆଲିୟର ଯାଇ ସେଠାରେ ମହମ୍ମଦ୍ ଗୌସ୍ ନାମକ ଫକୀରଙ୍କଠାରୁ କଲମା ପଢ଼ି
ମୁସଲମାନ ଧର୍ମରେ ଦୀକ୍ଷିତ ହେଲେ ଓ ସେହି ଦିନଠାରୁ ଏହାଙ୍କର ନାମ ତାନ୍ସେନ୍ ହେଲା ପୁଣି ପବ୍ରବାଦ ଅଛି ଯେ ବାଦସାହା ଆକବରଙ୍କ କନ୍ୟାଙ୍କ ଆଗରେ ତାନ୍ସେନ୍ ଗୀତ ଗାଇବା ସମୟରେ ସେ ଜେମାଙ୍କ ରୂପରେ ମୁଗ୍ଧ ହେବା ଦେଖି ଆକବର ତାନ୍ସେନ୍ଙ୍କ ସଙ୍ଗେ ନିଜ ଜେମାଙ୍କ ବିବାହ କରାଇଲେ କଥିତ୍ ଅଛି ଯେ ତାନ୍— ସେନ୍ ଦୀପକ ରାଗ ଗାଉ ଗାଉ ଭସ୍ମ ହୋଇଗଲେ ଓ ତାଙ୍କର କବର ଗୋଆଲିଅରରେ ଅଛି କବର ନିକଟରେ ଗୋଟିଏ ତିନ୍ତୁଳି ଗଛ ଅଛି ପ୍ରତିବର୍ଷ ଭାରତର ଅନେକ ଗାୟକ ଏଠାରେ ସମବେତ ହୁଅନ୍ତି ଓ ଏ ତିନ୍ତୁଳି ଗଛର ପତ୍ର ଚୋବାନ୍ତି ତାନ୍ସେନ୍ଙ୍କ ରଚିତ ଗୋଟିଏ ଗ୍ରନ୍ଥ ମିଳିଅଛି ପୁଣି କେହି କେହି କହନ୍ତି ଯେ ମୁସଲମାନ ଐତିହାସିକ ଆବୁଲ୍ ଫାଜଲ୍ ଏହାଙ୍କୁ ତାନ୍ସେନ୍ ମିଆଁ ବୋଲି ଲେଖି ଅଛନ୍ତି , କିନ୍ତୁ ସେ ମୁସଲମାନ୍ ଧର୍ମ ଗ୍ରହଣ କରି ନ ଥଲେ ଆଜି ପର୍ଯ୍ୟନ୍ତ ସିନ୍ଧିଆ ରାଜ କୋଷରୁ ଅର୍ଥବ୍ୟୟ ହୋଇ ପୁଷ୍ପ ମାଘ ମାସରେ ତାଙ୍କ ଜନ୍ମସ୍ଥାନରେ ଗୋଟିଏ ମେଳା ଓ ଉତ୍ସବ ଅନୁଷ୍ଠିତ ହେଉଅଛି ହିନ୍ଦୀ - ଶବ୍ଦସାଗର ]