ତାପିବା
ଦେଖଣା
ତାପିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.—(ସଂସ୍କୃତ - ତାପ ଧାତୁ ଣିଚ୍; ତାପି ଧାତୁ)
[ସମ୍ପାଦନା]- ୧. (ନିଆଁ) ଲଗାଇବା ବା ଜାଳିବା — ୧. To kindle (a fire).
(ଯଥା—ବାବାଜୀ ଧୁନି ତାପି ବସିଛନ୍ତି)
- ୨. ଦଣ୍ଡିବା; ଦଣ୍ଡ ଦେବା —୨. To punish.
ଅଧର୍ମିକ ଯମ ପରାୟେ ସେ ତାପନ୍ତି କୃଷ୍ଣସିଂହ. ମହାଭାରତ. ବନ
- ୩. ଉତ୍ତପ୍ତ କରାଇବା; ତତାଇବା —୩. To heat.
ବିଭବସୁର ବିଭାତି ଖ୍ୟାତ ତାପଇ ଜଗତୀ ସେ ଯେମନ୍ତେ ସ୍ୱର୍ଭାନୁ ଆହାର ଉପେନ୍ଦ୍ର ଭଞ୍ଜ ବୈଦେହୀଶବିଳାସ
- ୪. ଦୁଃଖିତ ହେବା —୪. To be sorry.
ମୁକ୍ତି ନ ମାଗି ବିଷ୍ଣୁପାଶେ ପଛେ ତାପିଲା ଦୁଃଖ ତ୍ରାସେ ଜଗନ୍ନାଥ. ଭାଗବତ
- ୫. ଉଷୁମାଇଁବା —୫. To warm.
ପକ୍ଷୀ ପକ୍ଷିଣୀ ପୁତ୍ର ଆଶେ ଡ଼ିମ୍ୱ ତାପନ୍ତି ସ୍ନେହବଶେ ଜଗନ୍ନାଥ. ଭାଗବତ
- ୬. ଦୁଃଖ ଦେବା —୬. To affect; to press.
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]- ୧. ତାପ୍ୱା (ଦେଖ) - — ୧. Tāpbā (See)