Jump to content

ତାପ୍ତୀ

ଉଇକିଅଭିଧାନ‌ରୁ

ତାପ୍ତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନାମ)

[ସମ୍ପାଦନା]

ଦାକ୍ଷିଣାତ୍ୟର ନଦୀବିଶେଷ — Name of a river in the Deccan.

[ ଦ୍ର—ଏହା ବିନ୍ଧ୍ୟାଚଳର ଦକ୍ଷିଣ ପାଖ ସାତପୁରା ପାହାଡ଼ରୁ ବାହାରି ପଶ୍ଚିମମୁଖ ହୋଇ ସୁରାଟଠାରେ ଆରବ ସାଗରର କାମ୍ୱେ ଉପସାଗରରେ ପଡ଼ିଅଛି ସ୍ପନ୍ଦ ପୁରାଣ ତାପୀଖଣ୍ଡରେ ଲେଖା ଅଛି ଯେ ବରୁଣ ଅଗସ୍ତ୍ୟ ମୁନିଙ୍କ ଶାପରେ ସଂବରଣ ନାମରେ ସୋମବଂଶର ରାଜା ହେଲେ ଓ ବହୁ ତପସ୍ୟା କରି ସୂର୍ଯ୍ୟଙ୍କୁ ପରମ ରୂପବତୀ ଓ ପାପନାଶିନୀ କନ୍ୟା ତାପୀଙ୍କୁ ବିବାହ କଲେ ତାପୀ ତାପିନୀ ବା ତାପ୍ତୀ ନଦୀରୂପେ ଧରାତଳରେ ବହୁଅଛନ୍ତି ଏ ନଦୀରେ ସ୍ନାନ କଲେ ଓ ବିଶେଷତଃ ଆଷାଢ଼ ମାସରେ ସ୍ନାନ କଲେ ସବୁ ପାତକ ନାଶ ହୁଏ ଏହା ତଟରେ ଗଜତୀର୍ଥ, ଅକ୍ଷମାଳା ତୀର୍ଥ ଆଦି ଅନେକ ତୀର୍ଥ ଅଛି ଓ ତଟଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ୧୮: ମହାଲିଙ୍ଗ ଅଛନ୍ତି—ହିନ୍ଦୀ - ଶବ୍ଦସାଗର ଏହାର ମୁହାଣ ପାଖେ ସୁରାଟ ନଗର ଅବସ୍ଥିତ ନାଗପୁରଠାରୁ ଯେଉଁ ରେଲଲାଇନ ବୋମ୍ୱେ ଆଡ଼କୁ ଯାଇଅଛି ତାହା ତାପ୍ତୀ ନଦୀର ପ୍ରାୟ ସମାନ୍ତର— ଭାବରେ ଖଣ୍ଡେଦୂର ଛଡ଼ାରେ ଭୂସାବଲ ବାଟେ ସୁରାଟ ପର୍ଯ୍ୟନ୍ତ ଯାଇଅଛି]