ତାରକା
ଦେଖଣା
ତାରକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତାରକ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ନକ୍ଷତ୍ର — ୧. Star.
- ୨. ଲଞ୍ଜା ତାରା —୨. Comet.
- ୩. ଚକ୍ଷୁର ତାରା; କନୀନିକା — ୩. The pupil of the eye.
- ୪. ତାଡ଼କାନାମ୍ନୀ ରାକ୍ଷସୀ — ୪. The demoness Tāṟḍ̠akā
- ୫. ମୁକ୍ତା —୫. Pearl.
ତରଳ ତାରକା ହାରମୟୀ ନାକ ନାଗରୀ ଟୀକା, ସମକକ୍ଷ ତାର ହେଲେ ହେବେ ଶଚୀ ସ୍ୱର୍ଗ ଚନ୍ଦ୍ରିକା ରାଧାନାଥ ଇଷା
- ୬. ଇନ୍ଦ୍ରବାରୁଣୀ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୬. Indrabāruṇī (See)
- ୭. ବାନରରାଜ ବାଳିର ସ୍ତ୍ରୀ; ତାରା (ହିନ୍ଦୀ - ଶବ୍ଦସାଗର) — ୭. Wife of the monkey-king Bāḻi.
- ୮. ନାରାଚ ନାମକ ଛନ୍ଦ (ହିନ୍ଦୀ - ଶବ୍ଦସାଗର) — ୮. Name of a vedic metre.
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା](ଆଧୁନିକ ବ୍ୟବହାର) ପୁସ୍ତକର ଅଂଶ ବିଶେଷ ପ୍ରତି ଦୃଷ୍ଟି ଆକର୍ଷିତ ହେବା ଉଦ୍ଦେଶ୍ୟରେ ତହିଁରେ ଦିଆ ଯାଇଥିବା ନକ୍ଷତ୍ର ଚିହ୍ନ —An asterisk.
[ଦ୍ରଷ୍ଟବ୍ୟ —ସେ ଚିହ୍ନଟି * ଏହିପରି]