ତାରକେଶ୍ୱର
ଦେଖଣା
ତାରକେଶ୍ୱର
ଉଚ୍ଚାରଣ
[ସମ୍ପାଦନା]- ୧. ସଂସ୍କୃତ - ବିଶେଷ୍ୟ - ===
ଶିବ; ମହାଦେବ (ହିନ୍ଦୀ - ଶବ୍ଦସାଗର) Ṡiba.
- ୨. କଲିକତାର ୩୬: ମାଇଲ ଉତ୍ତରରେ ଥିବା ବଙ୍ଗଦେଶର ପ୍ରସିଦ୍ଧ ଶିବବିଗ୍ରହ ଓ ତାଙ୍କ ନାମାନୁସାରେ ଏକ ଗ୍ରାମର ନାମ —୨. Name of a famous shirne of Ṡiba and a village named after Him.
[ଦ୍ରଷ୍ଟବ୍ୟ — ଏ ଶିବ ମନ୍ଦିର ଜଣେ ମହନ୍ତଙ୍କ ମାରଫତ୍ଦାରିରେ ପରିଚାଳିତ ଏଠାକୁ ଅନେକ ସହସ୍ର ଯାତ୍ରୀ ଆସନ୍ତି ଓ ଏ ଦେବ ପୂଜା ପାଇଁ ଅନେକ ସମ୍ପତ୍ତି ଖଞ୍ଜା ଅଛି ହାବଡ଼ା ଠାରୁ ଇଷ୍ଟଇଣ୍ଡିଆନ୍ ରେଳର ଗୋଟିଏ ବ୍ରାଞ୍ଚ୍ ଲାଇନ୍ ଏଠାକୁ ଯାଇଛି ଓ ପ୍ରତିଦିନ ହାବଡ଼ାଠାରୁ ଏଠାକୁ ଓ ଏଠାରୁ ହାବଡ଼ାକୁ ୬\୭: ଥର ଗାଡ଼ି ଯିବା ଆସିବା କରେ]
- ୩. ଆୟୁର୍ବେଦୋକ୍ତ ବହୁମୂତ୍ର ରୋଗନାଶକ ବଟିକା ବିଶେଷ — ୩. A kind of pill prepared as an antidote against diabetes.
[ଦ୍ରଷ୍ଟବ୍ୟ — ପାରା, ଗନ୍ଧକ, ଲୁହା, ବଙ୍ଗ, ଅଭ୍ର, ଦୁରାଲଭା, ଜବକ୍ଷାର ଗୋଖରାବୀଜ, ହରିଡ଼ା ସମାନ ଭାଗରେ ନେଇ ଏମାନେ ଘଷି ପାଣି କଖାରୁକୁ କୋରି ତହିଁର ରସ, ପଞ୍ଚମୂଳ ସିଝା ପାଣି ଓ ଗୋଖରା ରସରେ ଏହାକୁ ଭାବନା ଦେଇ ଦୁଇ ରତି ଲେଖାଏଁ ଓଜନରେ ବଟିକା କରାଯାଏ, ଏହାକୁ ମହୁ ସଙ୍ଗେ ସେବନ କରାଯାଏ— ହିନ୍ଦୀ - ଶବ୍ଦସାଗର]