ତାରପିଣ୍
ଦେଖଣା
ତାରପିଣ୍
ଉଚ୍ଚାରଣ
[ସମ୍ପାଦନା]ତାରପିଣି; ତାରପିନି;, ତାରପିଣି; ତାରିଫିନି;, ତାରଫିନ୍; ତାରପିନ୍ ତେଲଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟର୍ପେଣ୍ଟାଇନ୍)
[ସମ୍ପାଦନା]ଦେବଦାରୁ ଜାତୀୟ ସର୍ଜ ବା ସରଳ ବୃକ୍ଷରୁ ବାହାରିବା ନିର୍ଯ୍ୟାସରୁ ପ୍ରସ୍ତୁତ ତୈଳ —The oil of turpentine.
[ଦ୍ରଷ୍ଟବ୍ୟ — ଭୁଟାନ, କାଶ୍ମୀର ଓ ଆଫ୍ଗାନିସ୍ଥାନର ପାର୍ବତ୍ୟ ଅଞ୍ଚଳରେ ଜନ୍ମିବା ଏକ ପ୍ରକାର ବଡ଼ ଗଛ (ସଂସ୍କୃତ - ନାମ ସରଳ; ହିନ୍ଦୀ - ଚୀତ; ବଂ ଚିଡ଼ିବା ସରଲ; ଇଂ pine; ଲାଟୀନ୍ pinus Lengifolia)ର ଗଣ୍ଡିରେ ଭୂମି ତଳୁ ୨ ହାତ ଛାଡ଼ି କଣା କଲେ ସେଥିରୁ ଏକ ପ୍ରକାର ଅଠାଳିଆ ରସ ବାହାରେ; ସେ ରସକୁ ଗନ୍ଧବିରିଜା(ସର୍ଜରସ) କହନ୍ତି ଗନ୍ଧବିରିଜାକୁ ନିଆଁ ଉପରେ ଚୁଆଇଲେ ଯେଉଁ ତେଲ ବାହାରେ ତାହା ତାରପିନ୍ ଏହା ମାଲିସ୍ କଲେ ଦେହର ଦରଜ କମିଯାଏ ଏହା ଔଷଧରେ ଲାଗେ ଓ ବାର୍ଣ୍ଣିସରେ ଓ ରଙ୍ଗରେ ମିଶାଯାଏ