ତାରାତାରିଣୀ
ତାରାତାରିଣୀ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞାମ) ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଦେବୀବିଶେଷ — A goddess worshipped in Ganjam.
[ଦ୍ରଷ୍ଟବ୍ୟ — ଖଲ୍ଲିକୋଟର ତାରିଣୀ ନାମକ ପାହାଡ଼ ଉପରେ ପ୍ରତିଷ୍ଠିତ ଦୁର୍ଗାମୂର୍ତ୍ତି ଅତି ପୁରାକାଳରେ ପୂର୍ବଖଣ୍ଡ ରାଜ୍ୟରେ ମାଣିକେଶ୍ୱର ନାମକ ଏକ ରାଜା ଥିଲେ ପ୍ରତିଦିନ ଏକ ମାଳାକାର ତାହାଙ୍କୁ ପୁଷ୍ପମାଳା ପ୍ରଦାନ କରୁଥାଏ ଦିନେ ଉକ୍ତ ମାଳାକାର ପ୍ରତ୍ୟୁଷରୁ ଋଷିକୁଲ୍ୟା ନଦୀକୁ ଯାଇ ସ୍ନାନ କରିବା ନିମନ୍ତେ ନଦୀଜଳ ଆଲୋଡ଼ନ କରିବା ସମୟରେ ତାରା ତାରିଣୀ ଦୁଇଗୋଟି ଦେବ— କନ୍ୟାରୂପେ ଜଳ ମଧ୍ୟରୁ ଉଠିଲେ ମାଳାକାରର କେହି ସନ୍ତାନ ନ ଥିବାରୁ ସେ କନ୍ୟା ଦ୍ୱୟଙ୍କୁ ନେଇ ନିଜ ଗୃହରେ ପାଳନ କଲା ଦିନେ କନ୍ୟା ଦ୍ୱୟଙ୍କ ରଚିତ ଅପୂର୍ବ ପୁଷ୍ପମାଳା ଦର୍ଶନ କରି ରାଜା ନିଜେ ସେମାନଙ୍କୁ ଦେଖିବାକୁ ଇଚ୍ଛା କଲେ ଏହା ଜାଣି କନ୍ୟାଦ୍ୱୟ ପଳାୟନ କଲେ ରାଜା ସେମାନଙ୍କୁ ପଶ୍ଚାତ୍ରେ ଧରିବା ଇଚ୍ଛାରେ ସସୈନ୍ୟରେ ଧାବମାନ ହେବାରୁ କନ୍ୟାଦ୍ୱୟ ପର୍ବତ ଶିଖରରେ ଶିଳାର ଆକାର ଧାରଣ କଲେ ସେହି ଦିନ ଠାରୁ ସେହି ସ୍ଥାନରେ ଦେବୀଦ୍ୱୟ ଅବସ୍ଥାନ କରି ପୂଜିତ ହେଉଅଛନ୍ତି ବୋଲି ଜନଶ୍ରୁତି ଅଛି ତାରିଣୀଚରଣ—ଋଷିକୁଲ୍ୟା ]