Jump to content

ତାରି

ଉଇକିଅଭିଧାନ‌ରୁ

ତାରି

ଉଚ୍ଚାରଣ

[ସମ୍ପାଦନା]

=== ଗ୍ରାମ୍ୟ - (ଇତର) ବି—(ବାଉରି କଣ୍ଡରା ଆଦି ଓ ବିଶେଷତଃ ସେମାନଙ୍କର ସ୍ତ୍ରୀ ଲୋକମାନେ 'ଳ' ସ୍ଥାନରେ 'ଲ' ଉଚ୍ଚାରଣ କରିବା ଦୋଷରେ ଉଚ୍ଚାରିତ ଶବ୍ଦ)

ତାଳି —Clapping.

  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ଏକ ଦୁଇ ତିନି ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ) ନିଆଁରେ ପାଗ କରାଯାଉଥିବା ଯେଉଁ ସିରାରୁ ଧାରା ବହେ —୧. (boiling syrup) From which lines drop down when lifted up from the pot by means of a ladle.

(ଯଥା—ଏକ ତାରି, ଦୋତାରି ଚିନି ପାଗ )

[ଦ୍ରଷ୍ଟବ୍ୟ — ଚିନି ବା କନ୍ଦର ପାଗ ହେଲା ବେଳେ କରେଇରୁ ଚଟୁଦ୍ୱାରା ପ୍ରଥମେ ଶିରାକୁ ଉଠାଇଲେ ତାହା ପତାଳା ଥିବାରୁ ଚଟୁରୁ ତିନି ଧାରାରେ ଖସେ, ଆହୁରି ଟିକିଏ ବହଳ ହେଲେ ୨ ଧାରାରେ ଖସେ; ପୁଣି ବେଶି ବହଳା ହେଲେ ଏକ ମାତ୍ର ଧାରାରେ ଶିରା ଚଟୁରି ଖସେ; ଏହିପରି ପାଗ ହୋଇଥିବା ଶିରାକୁ ଯଥାକ୍ରମେ ତିନି ତାରି ଦୋତାରି ଓ ଏକତାରି ଶିରା ବୋଲାଯାଏ ]

୨. (ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ) (ଏତେ) ତାରଯୁକ୍ତ — ୨. Having (so many) wires.

(ଯଥା—ଏକତାରି ବା ଦୋତାରି ସିଆଁ )

୩. ଯେଉଁ ମସିଣା ବା ଲୁଗାରେ ଏକା ବୁଣାରେ ଏକ, ଦୁଇ ବା ଚାରିଟି ସୁତା ଲାଗିଥାଏ) —୩. (mat or cloth) In which one two four warps are joined and woven at one spinning.

(ଯଥା—ଦୋତାରି ମସିଣା; ଚଉତାରି ଲୁଗା )