Jump to content

ତାଳି

ଉଇକିଅଭିଧାନ‌ରୁ

ତାଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାଳ)

[ସମ୍ପାଦନା]
୧. ଦୁଇ କରତଳର ପରସ୍ପର ଆଘାତଜନିତ ଶବ୍ଦ — ୧. Clapping of palms; clap.

ଏକା ହାତରେ ତାଳି ବାଜେ ନାହିଁ—ଢଗ

[ ଦ୍ର—'ତାଳି'ର ଅଭିପ୍ରାୟ ଜାଣିବା ନିମନ୍ତେ 'ଢାଳି ଦେବା' ତଳେ ନୋଟ୍ ଦ୍ରଷ୍ଟବ୍ୟ

କୌଣସି ବୟଃସ୍ଥ ବ୍ୟକ୍ତି ବା ମାତା ଶିଶୁକୁ ତାଳି ମାରିବାକୁ ଶିଖାଇବା ସମୟରେ ଆପଣାର କରତଳର ଆଘାତ ସଙ୍ଗେ 'ତାଳି' ତାଳି! ତାଳି ତାଳି! ତାଳି ତାଳି! ବନମାଳୀ,' 'ତାଳିସର! ତାଳିକି ତେଲୁଣୀ ସଜ କର,' ' ତାଳିସର! ତାଳିସର! ଧନ ଚାଲିଯିବେ ଶାଶୁ ଘର' ଇତ୍ୟାଦି ବାକ୍ୟମାନ ବୋଲନ୍ତି ଓ ବେଳେ ବେଳେ ପିଲାଙ୍କ ଅସ୍ଫୁଟ ଉଚ୍ଚାଇଣକୁ ଅନୁକରଣ କରି 'ତାଳି ତାଳି' ପରିବର୍ତ୍ତରେ 'ତାଇ ତାଇ' କହନ୍ତି]

ଅନୁବାଦ

[ସମ୍ପାଦନା]
୨. ଚିରା ଲୁଗାର ଛିଦ୍ରରେ ପଡ଼ିବା ବସ୍ତ୍ରଖଣ୍ଡ — ୨. Patch of cloth put on a hole in a torne garment or cloth.

ଯାଇ ବସ୍ତ୍ରଯାକ ତାଳି, ତାଳି ପରେ ତାଳି, ପୁଣି ତାଳି ତା ଉପରେ— ରାଧାନାଥ. ମହାଯାତ୍ରା

୩. କଣା ବାସନରେ ପକାଯିବା ଧାତୁଖଣ୍ଡ — ୩. A patch of metal tinkered to a hole in a metal pot.