Jump to content

ତାଳୀ

ଉଇକିଅଭିଧାନ‌ରୁ

ତାଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାଳ+ ସ୍ତ୍ରୀ. ଈ)

[ସମ୍ପାଦନା]
୧. ତାଳଗଛ — ୧. The palmyra tree.
୨. ଏକପ୍ରକାର ବଡ଼ ତାଳଗଛ —୨. The Talipot palm; Corypha Umbraculifera.

[ ଦ୍ର—ଏହି ଗଛ ତାଳ ଗଛ ଅପେକ୍ଷା ମୋଟ ଓ ଏହାର ପତ୍ର ଅପେକ୍ଷାକୃତ ବଡ଼ ଏହାକୁ ଦେଖିଲେ ପ୍ରଥମେ ତାଳ ଗଛ ବୋଲି ଭ୍ରମ ହୁଏ ଏହା ୪ ବର୍ଷରେ ଫୁଲ ଧରେ ଫଳ ପାଚିଲେ ଗଛ ମରିଯାଏ ଏହା ଦକ୍ଷିଣଭାରତର ଅରଣ୍ୟରେ ଜନ୍ମେ ସଂସ୍କୃତରେ ଏହାର ଏକନାମ 'ତୃଣରାଜ']

୩. ତାଡ଼ୀ —୩. Toddy; fermented palm-juice.
୪. ହିନ୍ତାଳ; ହେନ୍ତାଳ ଗଛ —୪. Phoenix Paludosa.

ଘନ—ତାଳୀ— ବନାକୀର୍ଣ୍ଣ ଜଳଦୁର୍ଗବାସୀ ରାଧାନାଥ. ମହାଯାତ୍ରା

୫. ତାଳବନ —୫. Palm grove.
୬. ତାଲା —୬. Padlock.
୭. ଚାବିକାଠି —୭. Key of a lock.
୮. ତାଳମୂଳୀ (ଦେଖ) - —୮. Tāḻamūḻī (See)
୯. ଭୂଇଁ ଅଅଁଳା; ବାଡ଼ି ଅଅଁଳା — ୯. Phyllanthus Niruri (plant)
୧. (ତାଳ+ ଇନ୍ ୧ମା. ୧ବ)—ଯେଉଁ ବ୍ୟ୍ୟକ୍ତି ଗୀତ ବୋଲାଯିବା ଉପଲକ୍ଷରେ ବାଦ୍ୟସାହାଯ୍ୟରେ ତାଳଦିଏ — ୧୦. One who beats measures in accompaniment of a song.
୧୧. ଶିବ; ମହାଦେବ —୧୧. Ṡiba.
୧୨. ମୁନିବିଶେଷ —୧୨. Name of a sage.
୧୩. ହରଡ଼ (ହି . ଶବ୍ଦସାଗର) — ୧୩. A kind of pulse.
୧୪. ତାମ୍ରବଲ୍ଲୀ ଲତା (ହିନ୍ଦୀ - ଶବ୍ଦସାଗର) (ଦେଖ) - ୧୪. Tāmraballi creeper (See)
୧୫. ବର୍ଣ୍ଣବୃତ୍ତବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୫. Name of a Sanakrit metre.
୧୬. ଖିଲଣର ମଝି ପଥର (ହିନ୍ଦୀ - ଶବ୍ଦସାଗର) — ୧୫. The central stone of an arch.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଦ୍ୟଯନ୍ତ୍ରବିଶେଷ —A kind of drum.

ବାଜେ ମର୍ଦ୍ଦଳ ତାଳ ତାଳୀମାନ—ଭଞ୍ଜ, ବୈଦେହୀଶବିଳାସ