ତାସ୍ ଖେଳା

ଉଇକିଅଭିଧାନ‌ରୁ

ତାସ୍ ଖେଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତାସ୍ ସାହାଯ୍ୟରେ କରାଯିବା କ୍ରୀଡ଼ା — A game of cards; card-play.

[ ଦ୍ର—୨ ଜଣ ତାସ୍ ଖେଳିବାର ନାମ ବୀନତୀ; ଦୁଇ ଦୁଇ ଜଣ ଗୋଟିଏ ଗୋଟିଏ ପକ୍ଷରେ ରହି, ଏପରି ଚାରିଜଣ ତାସ୍ ଖେଳିଲେ ତାକୁ ଗ୍ରାବୁ ବୋଲାଯାଏ ଶେଷୋକ୍ତ ଖୋଳ ପ୍ରସିଦ୍ଧ; ଏ ଖେଳରେ ପ୍ରତି ରଙ୍ଗର 'ଦୁଆ' ଠାରୁ 'ଚକା' ପର୍ଯ୍ୟନ୍ତ ତାସ୍ ବାଦ୍ ଦେଇ ବାକି ପ୍ରତି ରଙ୍ଗର ୮ ଖଣ୍ଡ ଲେଖାଏଁ ୩୨: ଖଣ୍ଡ ତାସରେ ଖେଳ ହୁଏ ଏହି ୩୨: ଖଣ୍ଡ ତାସକୁ ଫେଣ୍ଟିବା ଗୋଳାଇ ତହିଁରୁ ଗୋଟ୍ଏ ଅଁଶ ଅନିର୍ଦ୍ଦିଷ୍ଟ ଭାବରେ କାଟିଲେ ଅର୍ଥାତ୍ ଉଠାଇ ନେଲେ ଉଠାଇବା ଲୋକର ହାତରେ ଥିବା ଅଂଶର ସଭା ତଳେ ଯେଉଁ ରଙ୍ଗର କାଗଜ ଉଠେ ସେହି ରଙ୍ଗକୁ 'ରଙ୍ଗ' ବୋଲାଯାଏ ଏହି 'ରଙ୍ଗ'ର ନାମ ତୁରୁଫ (ଇଂରାଜୀ - ଟ୍ରମ୍ପ୍, Trump)ଓ ଅନ୍ୟ ରଙ୍ଗର ତାସକୁ 'ବଦରଙ୍ଗ' ବୋଲାଯାଏ ଉକ୍ତ ୩୨: ଖଣ୍ଡ ତାସ୍ ୪ ଜଣ ଖୋଳାଳିଙ୍କ ମଧ୍ୟରେ ଏକାଦିକ୍ରମେ ଖଣ୍ଡ ଖଣ୍ଡ କରି ସମାନ ସଂଖ୍ୟାରେ ବଣ୍ଟାଯାଏ ଏହି ଗ୍ରାବୁ ଖଳରେ ଟୀକାର ମୂଲ୍ୟ ୧୧: (ଫୋଁଟା),ଦହଲାର ୧,ବଦରଙ୍ଗର ଗୋଲାମ ୧, ବିବିର ୨, ସାହେବର ୩ ଧରାଯାଏ; କିନ୍ତୁ 'ରଙ୍ଗ' କାଗଜର ନହଲାର ମୂଲ୍ୟ ୧୪: ଓ ଗୋଲାମର ମୂଲ୍ୟ ୨ ଧରାଯାଏ ସହୁ ରଙ୍ଗର ସତା ଓ ଅଠା ଏବଂ ବଦରଙ୍ଗମାନଙ୍କର ନହଲାର କିଛି ମୂଲ୍ୟ ନାହିଁ ଏହି ପ୍ରକାରେ ଗ୍ରାବୁ ଖେଳରେ 'ରଙ୍ଗ କାଗଜର ନହଲା (୧୪: ), ଦହଲା (୧), ଗୋଲାମ (୨), ବିବି (୨), ସାହେବ(୩) ଓ ଟୀକା (୧୧: ); ଏପରି ୬ ଖଣ୍ଡ କାଗଜରେ ୬ ଫୋଟା ଏବଂ ଅନ୍ୟ ୩ ଜାତିର ଅର୍ଥାତ୍ ପ୍ରତ୍ୟେକ ବଦରଙ୍ଗର କାଗଜମାନଙ୍କର ୫ ଖଣ୍ଡ କାଗଜ, ଯଥା—ଦହଲା (୧), ଗୋଲାମ (୧), ବିବି(୨) ସାହେବ (୩) ଓ ଟୀକା (୧୧: ); ଏପରି ୧୫: ଖଣ୍ଡ କାଗଜରେ ୨୭*୩: ବା ୮୧: ଫୋଁଟା ହୁଏ ରଙ୍ଗ ଓ ବଦରଙ୍ଗ କାଗଜମାନଙ୍କର ୨୧: ଖଣ୍ଡ ତାସ୍ରେ ସର୍ବମୋଟ (୬+୮୧: )ବା ୧୪୧: ଫୋଁଟ ହୁଏ

ଥରକେ ୪ ଜଣ ଖେଳାଳୀ ୪ ଖଣ୍ଡ କାଗଜରେ ପକାଇବାକୁ ଏକ 'ପିଠି' ଖେଳ ବୋଲାଯାଏ ଉପରୋକ୍ତ ମୂଲ୍ୟରେ ପ୍ରମାଣେ ସର୍ବୋଚ୍ଚ ମୂଲ୍ୟରେ କାଗଜ ଯେଉଁ ଖେଳାଳି ପକାଏ ସେ ଉକ୍ତ ପିଠିରେ ସମସ୍ତ କାଗଜକୁ ଜିତି କର ନିଏ ଯେଉଁ ପକ୍ଷ ଶେଷ ପିଠିର କାଗଜ ଜିଣି ନିଏ ତାହା 'ହାତର ପାଞ୍ଚ' ହୁଏ ଓ ସେ ଏହି 'ହାତର ପାଞ୍ଚ'

ଯୋଗୁଁ ଫୋଁଟା ଗଣା ହେଲା ବେଳେ ୫ ଫୋଁଟା ବେଶି ପୁରସ୍କାର ପାଏ ସୁତରାଂ 'ହାତର ପାଞ୍ଚ'କୁ ମିଶାଇ ସମସ୍ତ ତାସର ମୂଲ୍ୟ ମୋଟରେ ୧୪୬: ଅର୍ଥାତ୍ ୭ କୋଡ଼ି ୬ ଫୋଁଟା ଯେଉଁ ପକ୍ଷରେ ଜିଣି ନେଇଥିବା ତାସ ମାନଙ୍କ ମୂଲ୍ୟରେ ସମଷ୍ଟି ୨ କୋଡ଼ି ୭ ଫୋଁଟା ଅର୍ଥାତ୍ ୪୭: ଫୋଁଟାରୁ କମ ହୁଏ ସେ ପକ୍ଷ ହାରେ ଓ ଜିତିବା ପକ୍ଷର ଜୟ ଚିହ୍ନର ନିଦର୍ଶନ ରୂପେ ଖଣ୍ଡେ ରଦି ତାସ୍ ହାରିବା ପକ୍ଷ ଉପରେ ବସେ' ତାସ ବଣ୍ଟା ହେବା ପରେ ଯେବେ ଦେଖାଯାଏ ଜଣେ ଖେଳାଳୀର ହାତରେ ଏକରଙ୍ଗର ସାହେବ ଓ ବୀବି ପଡ଼ିଛି ତେବେ ତାହାର 'ଇସ୍ତକ୍' ହୁଏ ଉକ୍ତ ଖେଳାଳୀ ଉକ୍ତ 'ଇସ୍ତକ' ଦୁଇ ପଟ ତାସ୍ ଖେଳି ସାରିଲେ ତାହାର 'ଇସ୍ତକ କାଞ୍ଚାର' ହେଲା ବୋଲି କୁହାଯାଏ ଗୋଟିଏ ପକ୍ଷରେ 'ଇସ୍ତକ' ହେଲେ ଅପର ପକ୍ଷ ଖେଳରେ ଅନ୍ତତଃ ୩ କୋଡ଼ି ୬ ଫୋଁଟା ମୂଲ୍ୟରେ କାଗଜ ଜିଣି ନ ପାରିଲେ ହାରିଯାଏ ଏକ ପକ୍ଷରେ ଜଣେ ଖେଳାଳିର ହାତରେ ଏକ ରଙ୍ଗର କ୍ରମିକ ସଂଖ୍ୟାବିଶିଷ୍ଟ ୩ ଖଣ୍ଡ ତାସ ପଡ଼ିଗଲେ ସେ ପକ୍ଷରେ 'ବିନତୀ' ହୁଏ ଏକ ପକ୍ଷରେ 'ବୀନତି'ର ଉଚ୍ଚତମ ତାସ ଅପେକ୍ଷା ଅପର ପକ୍ଷରେ 'ବିନତୀ'ର ଉଚ୍ଚତମ ତାସ୍ର ମୂଲ୍ୟ ବେଶି ହେଳେ ଉଚ୍ଚତର ବୀନତୀ ଧାରୀକୁ ଅପର ପକ୍ଷରେ ଖେଳ ଶେଷରେ ୪୭: ଫୋଁଟା ପରିବର୍ତ୍ତରେ ୬୬: ଫୋଁଟା ଦେଖାଇବା ଦରକାର ହୁଏ ନୋଚେତ୍ ସେ ପକ୍ଷ ହାରିବା ଏଥିରେ ୨ ସଂଖ୍ୟା ଅଧିକ ଦେଖାଇବାକୁ ପଡ଼ିବାରୁ ଏହାର ନାମ 'ବିନତି'(ପର୍ଟୃଗୀଜ୍ ବିନ୍ ତୀ vinte=ବଂଶତି) ଏକ ରଙ୍ଗର ଚାରିଖଣ୍ଡ ତାସ କ୍ରମିକ ଭାବରେ ଜଣେ ଖେଳାଳୀର ହାତରେ ପଡ଼ିଲେ ଏହାକୁ 'ପଚାଶ' ବୋଲାଯାଏ କିନ୍ତୁ ରଙ୍ଗ ଘରର ଟୀକା, ସାହେବ, ମେମ, ଗୋଲାମ ଏହି ୪ ଖଣ୍ଡି ତାସ୍ ଜଣେ ଖେଳାଳୀ ପାଇଲେ ତାହାକୁ 'ଇସ୍ତକ୍ ପଚାଶ'କହନ୍ତି ଯେଉଁ ପକ୍ଷରେ 'ପଚାଶ' ହୋଇଥାଏ ସେ ଖେଳ ଶେଷରେ ୫ ଫୋଁଟା ମୂଲ୍ୟରେ ତାସ୍ କିଣି ଥିବାର ଦେଖାଇ ପାରିଲେ ଜୟୀ ହୁଏ କିନ୍ତୁ ଇସ୍ତକ୍ ପଚାଶ ହେଲେ ବିପକ୍ଷ ପକ୍ଷର ହାରି ଯିବାର ସମ୍ଭାବନା ପ୍ରାୟ ଖେଳ ହୁଏ ନୀହିଁ ଏବଂ ଖେଳ ନହୋଇ ସୁଦ୍ଧା ଇସ୍ତକ ପଚାଶ ପାଇଥିବା ପକ୍ଷ ଜୟର ଚିହ୍ନ ରୂପେ ଅପର ପକ୍ଷରେ ଉପରେ ଖଣ୍ଡେ କାଗଜ ଧରେ ଏକ ପକ୍ଷରେ ଜଣେ ଖେଳାଳୀ ହାତରେ 'ବୀନତି'ଓ ଅନ୍ୟପକ୍ଷରେ ଜଣକ ହାତରେ 'ଇସ୍ତକ'ଥିଲେ, ବୀନତି ପାଇବା ପକ୍ଷକୁ ୬ ଫୋଁଟା ଓ ଇସ୍ତକ ପାଇବା ପକ୍ଷକୁ ୮୭: ଫୋଁଟା ଦେଖାଇବାକୁ ପଡ଼େ ଯେବେ ଏକ ପକ୍ଷରେ ବିନତୀ ଓ ଅପର ପକ୍ଷରେ 'ପଞ୍ଚାଶ'ଥାଏ ତେବେ 'ପଞ୍ଚାଶ' ବାଲା ୬ ଫୋଁଟା ଦେଖାଇଲେ ଜିତେ ଜଣେ ଖେଳାଳୀ ହାତରେ 'ଇସ୍ତକ' ଓ 'ପଚାଶ' ପଡ଼ିଲେ ଖେଳ ନହୋଇ ସୁଦ୍ଧା ସେ ପକ୍ଷ ଜିଣେ୪ ଟା ଯାକ ରଙ୍ଗର ସାହେବ, ଗୋଲାମ, ବିବୀ ଓ ଟୀକା କିମ୍ୱା ଏକ ରଙ୍ଗର କ୍ରମିକ ପରବର୍ତ୍ତୀ ୫ ଖଣ୍ଡ କାଗଜ ଜଣକ ହାତକୁ ଆସିଲେ ତାହାର 'ଇସ୍ତକ ହନ୍ଦର' ବା 'ଶହ' ହୁଏ 'ଶହ' ହେଲେ ନ ଖେଳି କରି ସୁଦ୍ଧା ଉକ୍ତ ବ୍ୟକ୍ତି ଜିଣେ ଯେବେ ଏକ ପକ୍ଷ ଉପିର୍ଯୁପରି ୫ଥର ଜୟୀ ହୁଏ ତେବେ ଅପର ପକ୍ଷ ଉପରେ ସେ ଖଣ୍ଡିଏ 'ପଞ୍ଜା' କାଗଜ ବସାଏ ଗୋଟିଏ ପକ୍ଷ ଖେଳିସାରି ମୁଠାଏ ବା ପିଠିଏସୁଦ୍ଧା କାଗଜ ଜିତି ନ ପାରିଲେ ତାହା ଉପରେ ଅପର ପକ୍ଷ 'ଛକା' ବସେ ଯାହା ବିପକ୍ଷରେ 'ପଞ୍ଚା' ବସିଥାଏ ତାହା ଉପରେ ପୁଣି 'ଛକ୍କା' ବସିଲେ 'କମ୍' ହୁଏ ଏକ ପକ୍ଷରେ ଖେଳାଳୀ ହାତରେ 'ରଙ୍ଗ'ର କାଗଜ ନଥିଲେ ଯେବେ ଅପର ପକ୍ଷ 'ରଙ୍ଗ' କାଗଜ ପକାଏ ତେବେ ପ୍ରଥମ ଖେଳାଳୀ ତା ପାଖରେ ଥିବା 'ବେରଙ୍ଗ' ବା 'ବଦରଙ୍ଗ'ର ଉଚ୍ଚତମ ସଂଖ୍ୟାର କାଗଜ ପକାଇଲେ ତାହାକୁ 'ପାସ' ବୋଲାଯାଏ ଖେଳାଳୀ ହାତରେ ଥିବା ' ବେରଙ୍ଗ'ର ସର୍ବୋଚ୍ଚ ମୂଲ୍ୟରେ ତାସ୍କୁ 'ଫିରେଇ('ଇଂରାଜୀ - ପ୍ରୀ; free) ବୋଲାଯାଏ]