ତା ତା
ଦେଖଣା
ତା ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ଆଦିର ଉକୁଟ; ଶିଶୁମାନେ ନାଚିବା ସମୟରେ ବୟଃସ୍ଥମାନେ ବୋଲିବା ଡୂହା; ଅବୁଝା ଶିଶୁମାନଙ୍କୁ ଶୁଆଇ ପକାଇବା ପାଇଁ ମାଆମାନେ ଶିଶୁଙ୍କ ପିଠିରେ ଚାପୁଡ଼େଇବା ସମୟେ
(ଟାଟା—ଅନ୍ୟରୂପ) ବୋଲିବା ଡୁହା; ଶିଶୁମାନଙ୍କୁ ତାଳି ମାରି ଶିଖାଇବାର ଡୁହା; ତାଇ ତାଇ —An utterance used in accompaniment of music, dance and singing and in lulling children to sleep.
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ପାର୍ସୀମାନଙ୍କ ବଂଶୋପାଧି — Tata; A family-title amongst the Parsees.
[ ଦ୍ର—ସର୍ ଜାମସେଦ୍ ଜୀ ତାତା (ଟାଟା) ନାମକ ଜଣେ ସ୍ୱର୍ଗୀୟ ପାର୍ସୀ ସେଠ ସିଂହଭୂମ ଜିଲ୍ଲାର କାଳିମାଟି ନାମକ ସ୍ଥାନରେ ପୃଥବୀ— ବିଖ୍ୟାତ ଲୁହା କାରଖାନା ପ୍ରତିଷ୍ଠିତ କରିଅଛନ୍ତି ଓ ଉକ୍ତ କାରଖାନାର ସ୍ୱତ୍ୱାଧିକାରୀ ଓ ପରିଚାଳକ ସଂଘର ନାମ ତାତା (ଟାଟ) କୋମ୍ପନି ଓ ସୋ ସ୍ଥାନର ନାମ ଜାମସେଦପୁର ବା ତାତା(ଟାଟା) ନଗର ହୋଇଅଛି]