Jump to content

ତିଆରିବା

ଉଇକିଅଭିଧାନ‌ରୁ

ତିଆରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗାଳିଦେବା; ଆକଟ କରିବା — ୧. To rebuke; to reprimand.

ନିବର୍ତ୍ତି ରହି ଆଉ ମତେ ନ ତିଆର—କୃଷ୍ଣସିଂହ, ମହାଭାରତ. ଆଦି

୨. ମନ୍ଦ କଥାରୁ ନିବର୍ତ୍ତାଇବା — ୨. To dissuade a person from doing any bad act.
୩. ଦେଖେଇ ଶିଖେଇ ଗାଳିଦେବା; ବ୍ୟଙ୍ଗ କରିବା — ୩. To throw out innuendoes.
୪. କୌଣସି ବିଷୟ ବୁଝାଇବା; ବିଶିଷ୍ଟ ଉପଦେଶ ଦେବା — ୪. To give special instuctions or directions.

ଦୂତମାନଙ୍କ ହକାରିବ, ସବୁଙ୍କ ତିଆରି କହିବ—ଭୂପତି. ପ୍ରେମପଞ୍ଚାମୃତ

୫. ତିଆରି କରିବା; ପ୍ରସ୍ତୁତ କରିବା — ୫. To prepare; to build; to construct; to make.


୬. ଫରମାସି କରିବା —୬. To order for.

ହରିତକୀ ପାଇ ତିଆରିଲେ ବୈଦ୍ୟୁକୁଳ ଭାରବାହେ ଭାରରେ ଆଣନ୍ତି ଜାତିଫଳ ଯେ କୃଷ୍ଣସିଂହ. ମହାଭାରତ