Jump to content

ତିଉଡ଼ି

ଉଇକିଅଭିଧାନ‌ରୁ

ତିଉଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ତ୍ରି ବୃତ୍—ତ୍; ତ୍ରିଫୁଟା)—କଳମ୍ୱୀ ଆଦି ବର୍ଗର ବୃହତ ଲତାବିଶେଷ —୧. A creeper the root of which is used in laxative medicines; Operculina Turpethum; Ipomoea Turpethum.

[ ଦ୍ର—ନାଲିତିଉଡ଼ି ମଳସ୍ତମ୍ଭ, ଗ୍ରହଣୀ, କଫୋଦର, ଶୋଥ, ପାଣ୍ଡୁ, କ୍ରିମି, ପ୍ଳୀହା, ଜ୍ୱର, ପିତ୍ତଦୋଷ, କଫ, ବାତରକ୍ତ, ଉଦାବର୍ତ୍ତ ଓ ହୃଦରୋଗରେ ଉପକାରୀ ===

ଧଳାତିଉଡ଼ି—ବିରେଚକ ଓ ବାୟୁ, ପିତ୍ତଜ୍ୱର, କଫ, ପିତ୍ତ, ଶୋଧ ଓ ଉଦର ରୋଗରେ ଉପକାରୀ ===

କଳାତିଉଡ଼ି—ତୀବ୍ର ବିରେଚକ ଓ ମୂର୍ଚ୍ଛା,ଦାହ, ମତ୍ତତା, ଭ୍ରାନ୍ତିନାଶକ ଓ କଣ୍ଠର ଉତ୍କର୍ଷକାରକ ===

ତିହୁଡ଼ିର ପତ୍ର ବଡ଼ ବଡ଼; ଫୁଲ ବଡ଼, ଧଳା ଓ ପାଞ୍ଚପାଖୁଡ଼ିଆ; ଫଳ ଚାରିକୋଣିଆ ଓ ଏହା ପାଚିଲେ ପେଡ଼ିର ଡାଲିପରି ଏହାର ଉପରଆଡ଼ ଖୋଳପା ଖସି ଆସେ; ମଞ୍ଜିକଳା ଏ ଲତାର ମୂଳ ରେଚକ ଏହା ଔଷଧରେ ବ୍ୟବହୃତ ହୁଏ ଏହା ୩ ପ୍ରକାର; ଯଥା—ଶୁକ୍ଳ, କୃଷ୍ଣ ଓ ରକ୍ତା]

୨. (ସଂସ୍କୃତ - ତ୍ରିପୁଟୀ)—ଖେସାରୀ (ଦେଖ) - ୨. Khesārī (See)