Jump to content

ତିତ୍ତିର

ଉଇକିଅଭିଧାନ‌ରୁ

ତିତ୍ତିର

ଉଚ୍ଚାରଣ

[ସମ୍ପାଦନା]

(ତିତ୍ତିରିକ—ଅନ୍ୟରୂପ)

(ତିତ୍ତିରା; ତିତ୍ତିରୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ତିତ୍ତି=ସଦ୍ଦାନୁକରଣ+ରା ଧାତୁ=ଦାନ କରିବା+ଅ)

[ସମ୍ପାଦନା]
୧. ବସ୍କିର ବର୍ଗର ପକ୍ଷିବିଶେଷ — ୧. The Frankoline partridge; the sandpiper.

[ଦ୍ରଷ୍ଟବ୍ୟ —ଏହା ପ୍ରାୟ ୧୬: ଆଙ୍ଗୁଳ ଲମ୍ୱ; ତିନିଜାତିର ତିତ୍ତିର ଦେଖାଯାନ୍ତି; ଯଥା—ଗୌର ତିତ୍ତିର (Grey partridge; Francolinus Pondicerianus),ଏହାର ଦେହ ପାଉଁଶିଆ ଓ ଦେହଯାକ ଧଳା ତିଳଚିହ୍ନ ଥାଏ; ମାଂସ ସୁଖାଦ୍ୟ; ଗ୍ରାମନିକଟସ୍ଥ ପାହାଡ଼ ଓ ବିଣରେ ଏମାନେ ରହନ୍ତି କୃଷ୍ଣତିତ୍ତିର (Black partridge; Francolinus Vulgaris), ଏହାର ମୁଣ୍ଡର କଡ଼, ଗଳା, ଛାତି ଓ ପେଟ କୃଷ୍ଣବର୍ଣ୍ଣ ୩ୟ ପ୍ରକାର ତିତ୍ତିର (Arboricola Torquela)ର ମୁଣ୍ଡ ଖଇରା ଓ ଛାତି ପାଉଁଶିଆ ବୈଦ୍ୟକ ମତରେ ତିତ୍ତିର ପକ୍ଷୀର ମାଂସ ବଳପ୍ରଦ, ମଳସଂଗ୍ରାହକ ଏବଂ ହିକ୍କା, ଶ୍ୱାସ, ତ୍ରିଦୋଷ, କାଶ ଓ ଜ୍ୱର—ନିବାରକ କୃଷ୍ଣ ତିତ୍ତିର ଅପେକ୍ଷା ଗୌର ତିତ୍ତିର ଅଧିକ ଉପକାରୀ ତିତ୍ତିର ଅଭାବରେ ବତକ ଔଷଧରେ ବ୍ୟବହୃତ ହୁଏ]

୨. ଯଜୁର୍ବେଦୀୟ ତୈତ୍ତିରୀୟ ଶାଖାଧ୍ୟାୟୀ ମୁନିବିଶେଷ; ଯାସୁ ମୁନିଙ୍କ ଶିଷ୍ୟ —୨. Name of a sage versed in the J̄ajurbeda.

[ ଦ୍ର—ଏ ତୈତ୍ତିରୀୟ ଉପନିଷଦ୍ର ପ୍ରଣେତା ଭାଗବତରେ ଲେଖାଅଛି କି ଯାଜ୍ଞବଲ୍ୟୁ ଯେତେବେଳେ ଯଜୁର୍ବେଦକୁ ମୁହଁରୁ ବାନ୍ତି କରି ପକାଇଲେ ସେତେବେଳେ ବୈଶମ୍ପାୟନଙ୍କ ଶିଷ୍ୟମାନେ ତିତ୍ତିର ପକ୍ଷୀ ରୂପ ଧାରଣ କରି ତାହା ଖୁଣ୍ଟି ନେଲେ— ହି, ଶବ୍ଦସାଗର]