ତିନିଶ
ଦେଖଣା
ତିନିଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବନ୍ୟତରୁବିଶେଷ; ବାନ୍ଧଣ ଗଛ — A timber-wood tree; Ougenia Dalborgioides.
[ଦ୍ରଷ୍ଟବ୍ୟ —ଏହାର କାଠ ଭାରି କଠିନ ଓ ପୋଡ଼ା ଇଟା ପରି ଫକା ନାଲି ବର୍ଣ୍ଣ ଏହି କାଠଦ୍ୱାରା ଶଗଡ଼ର ଚକ ଓ ଅଖ ଆଦି ହୁଏ ଏଣୁ ଏହାର ସଂସ୍କୃତ ନାମାନ୍ତର—ସ୍ୟନ୍ଦନ, ନେମୀ ଓ ରଥଦ୍ରୁ ଏହାର ଫୁଲ ଧଳା ଓ ପେନ୍ଥା ପେନ୍ଥା ହୁଏ; ଫଳ ଛୁଇଁ ପରି ବସନ୍ତକାଳରେ ଗଛର ପତ୍ର ଝଡ଼ି ପଡ଼େ ଓ ନୂଆ ପତ୍ର କଅଁଳେ ବଣରେ ଏକତ୍ର ଅନେକ ଗଛ ଉଠେ ବୋଲି ଏହାର 'ତିନିଶ' ନାମ ହୋଇଅଛି ଏହା ବିହାର, ଓଡ଼ିଶା ଓ ମଧ୍ୟଭାରତର ଜଙ୍ଗଲମାନଙ୍କରେ ଜନ୍ମେ ବୈଦ୍ୟକ ମତରେ ଏହା କଫ, ପିତ୍ତ, ରକ୍ତଦୋଷ, କୁଷ୍ଠ, ପ୍ରମେହ, ଶ୍ୱିତ୍ର, ଦାହ, ବ୍ରଣ, ପାଣ୍ଡୂ ଓ କୃମିନାଶକ ]