Jump to content

ତିନ୍ତୁଳି

ଉଇକିଅଭିଧାନ‌ରୁ

ତିନ୍ତୁଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତିନ୍ତିଳୀ)

[ସମ୍ପାଦନା]
୧. ତିନ୍ତିଡ଼ୀ ଗଛ ଓ ତାହାର ପକ୍ୱଫଳ —Tamarind tree and its ripe fruit; Tamarindus Indica.


ଅନୁବାଦ

[ସମ୍ପାଦନା]

(ତେନ୍ତୁଳି—ଅନ୍ୟରୂପ)

[ଦ୍ରଷ୍ଟବ୍ୟ —ଏହା କୃଷ୍ଣଚୁଡ଼ାଦି ବର୍ଗର ବୃକ୍ଷ ଏହା ଭାରତବର୍ଷରେ ସର୍ବତ୍ର ଜନ୍ମେ; ବସନ୍ତକାଳରେ ନୂଆ ପତ୍ର ଧରେ, କିନ୍ତୁ ପୁରୁଣା ପତ୍ର ଏକାବେଳେ ଝଡ଼ି ପଡ଼େ ନାହିଁ ଏହାର କାଠ ଖୁବ୍ ଶକ୍ତି ଏଣୁ ଏ କାଠରେ ଆଖୁଖାଇ ତିଆରି କରାଯାଏ ଏ କାଠ ମଧ୍ୟ ଉତ୍ତମ ଜଳେ ଏହାର ପତ୍ର ଓ ଫୁଲ ମଧ୍ୟ ଖଟାଳିଆ ଏହାର କଞ୍ଚା ଫଳକୁ କୟାଁ ବୋଲାଯାଏ କଞ୍ଚା ତିନ୍ତୁଳି ଅମ୍ଳ, ଗୁରୁ, ବାୟୁନାଶକ ଏବଂ ପିତ୍ତ, କଫ ଓ ରକ୍ତଦୁଷ୍ଟି କାରକ ପାଚିଲା ତିନ୍ତୁଳି ଅଗ୍ନି— ଦୀପକ, ସାରକ ଉଷ୍ଣବୀର୍ଯ ଏବଂ କଫ ଓ ବାୟୁନାଶକ ]

୨. ପାଚିଲା ତିନ୍ତୁଳି ଫଳକୁ ଚୋପା ଛଡ଼ାଇ ମଞ୍ଜି ଓ ପାରୁକୁ ପୃଥକ କରିବା ପରେ ରହିଯିବା ସାର ପଦାର୍ଥ — ୨. The puply substance inside the tamarind fruit after it is peeled off and the fibres removed.