Jump to content

ତିର୍ଯ୍ୟକ୍

ଉଇକିଅଭିଧାନ‌ରୁ

ତିର୍ଯ୍ୟକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତିରସ୍=ବକ୍ର+ଅନଚ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍; ନିପାତନ)

[ସମ୍ପାଦନା]
୧. ବକ୍ର; ବଙ୍କା; ତେରଛା; କୁଟିଳ —୧. Crooked; awry; oblique.

[ଦ୍ରଷ୍ଟବ୍ୟ —ବସ୍ତୁର ତିର୍ଯ୍ୟକ୍ ଅବସ୍ଥା ଦୁଇ ପ୍ରକାର; ଯାହା ଲମ୍ୱ— ଭାବରେ ନ ରହି ତେରଛା ହୋଇଥାଏ ଯଥା, ଏବଂ ଯାହା ବଙ୍କା— ଢଙ୍କା ହୋଇଥାଏ ଯଥା]

୨. ଧରାତଳେ ସଙ୍ଗେ ସମାନ୍ତର — ୨. Horizontal.
୩. ବକ୍ରଗାମୀ — ୩. Moving tortnuosly; going crookedly.
୪. ଗଡ଼ାଣିଆ ବା ଉଠାଣିଆ; କ୍ରମନିମ୍ନ ବା କ୍ରମୋଚ୍ଚ — ୪. Sliding; sloping.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପଶୁ ପକ୍ଷୀ —Birds and beasts; the inferior beings.

[ଦ୍ରଷ୍ଟବ୍ୟ —ମନୁଷ୍ୟ ଛଡ଼ା ଅନ୍ୟ ଜୀବ, ଅର୍ଥାତ୍ ପଶୁ ପକ୍ଷୀ ଆଦିଙ୍କୁ ତିର୍ଯ୍ୟକ୍ ବୋଲାଯାଏ; କାରଣ ମନୁଷ୍ୟ ଠିଆ ହେଲାବେଳେ ମନୁଷ୍ୟର ଶରୀରର ବିସ୍ତାର ଧରାତଳ ସଙ୍ଗେ ସମକୋଣ ଉତ୍ପନ୍ନ କରେ ବା ମନୁଷ୍ୟ ଯଷ୍ଟିବତ୍ ଦଣ୍ଡାୟମାନ ହୁଏ; କିନ୍ତୁ ପଶୁ ପକ୍ଷୀ ଆଦିଙ୍କ ଶରୀରର ବିସ୍ତାର ଭୂମିରୁ ତିର୍ଯ୍ୟକ୍, ଅର୍ଥାତ୍ ତେରଛା ବା ସମାନ୍ତର ହୁଏ; ମନୁଷ୍ୟର ଆହାର ପେଟକୁ ସିଧାଭାବରେ ଯାଏ, କିନ୍ତୁ ପଶୁ ପକ୍ଷୀ ଆଦିଙ୍କ ଆହାର ସେମାନଙ୍କ ପେଟକୁ ତେରଛା ହୋଇ ଯାଏ; ଏମାନଙ୍କ କଣ୍ଠନାଳୀ ତେରଛା ଭାବରେ ଅବସ୍ଥିତ— ହିନ୍ଦୀ - ଶବ୍ଦସାଗର ]