ତିଳୋତ୍ତମା
ଦେଖଣା
ତିଳୋତ୍ତମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତିଳ+ଉତ୍ତମା=ସୁନ୍ଦରୀ ସ୍ତ୍ରୀ)
[ସମ୍ପାଦନା]ପରମରୂପବତୀ ଅପ୍ସରୋବିଶେଷ — Name of a heavenly nymph.
[ଦ୍ରଷ୍ଟବ୍ୟ —ବିଧାତା ହିରଣାକ୍ଷର ଦୁଇ ପୁତ୍ର ସୁନ୍ଦ ଓ ଉପସୁନ୍ଦ ନାମକ ଅସୁରଦ୍ୱୟଙ୍କ ବଧାର୍ଥ ବ୍ରହ୍ମାଣ୍ଡର ସମସ୍ତ ରତ୍ନରୁ ତିଳତିଳ ମାତ୍ର ସୌନ୍ଦର୍ଯ୍ୟ ସଂଗ୍ରହ କରି ଏ ସ୍ତ୍ରୀକୁ ନିର୍ମାଣ କରିଥିଲେ ସୁନ୍ଦ ଉପସୁନ୍ଦ ଦୁଇ ଭାଇ ତପସ୍ୟାଦ୍ୱାରା ବର ପାଇଥିଲେ ଯେ ତାଙ୍କ ଅନ୍ୟ କେହି ମାରି ପାରିବ ନାହିଁ, ସେ ଦୁହେଁ ପରସ୍ପର ସହିତ ଯୁଦ୍ଧ କରି ମରିବେ କିନ୍ତୁ ଦୁଇ ଭାଇଙ୍କ ମଧ୍ୟରେ ଖୁବ୍ ସୌହାର୍ଦ୍ଦ୍ୟ ଥିବାରୁ ତାଙ୍କ ମଧ୍ୟରେ ବିବାଦ ହେଉ ନ ଥିଲା ସେ ଦୁହେଁ ବଳଦୃପ୍ତ ହେବାରୁ ଦେବତାମାନେ ଉତ୍ପୀଡିତ ହୋଇ ବ୍ରହ୍ମାଙ୍କଠାରେ ପହଞ୍ଚିବାରୁ ବ୍ରହ୍ମା ତିଳୋତ୍ତମାକୁ ସୃଷ୍ଟି କଲେ ତିଳୋତ୍ତମା ଏ ଦୁଇ ଭାଇଙ୍କ ବାସସ୍ଥାନ ବିନ୍ଧ୍ୟାଚଳକୁ ଗଲା ଏ ଦୁହେଁ ତାକୁ ଦେଖୁ ମୁଗ୍ଧ ହେଲେ ଓ ତାକୁ ପାଇବା ପାଇଁ ଦୁଇ ଭାଇ ବିବାଦ କଲେ ଓ ପରସ୍ପର ଯୁଦ୍ଧ କରି ମଲେ—ହିନ୍ଦୀ - ଶବ୍ଦସାଗର ]