ତୁଟ
ଦେଖଣା
ତୁଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୁଟୀ)
[ସମ୍ପାଦନା]- ୧. ତ୍ରୁଟୀ; ଦୋଷ — ୧. Deficiency; defect; flaw.
- ୨. କ୍ଷତି; ଲୋକସାନ — ୨. Loss; damage; injury.
- ୩. ବ୍ୟବସାୟ ବାଣିଜ୍ୟରେ ଲୋକସାନ ବା କ୍ଷତି — ୩. Loss in trade or business.
- ୪. ନ୍ୟନତା; ହାନି; ପ୍ରାଥମ ପରିମାଣରୁ କମି ହେବା — ୪. Shortage; wastage.
[ଦ୍ରଷ୍ଟବ୍ୟ —ଶସ୍ୟାଦିକୁ ଅମାର, ଖଣି ପାଳ ମରେଇ ଆଦିରେ କେତେକ ସମୟ ରଖି ପରେ ତାକୁ ତହିଁରୁ କାଢ଼ିମାପିଲେ ପୂର୍ବ ମାପ ଅପେକ୍ଷା ତାହା ମାପରେ କିଛି କମତି ହେବାର ଦେଖାଯାଏ; ପଣ୍ୟ— ଦ୍ରବ୍ୟାଦି ଏକ ସ୍ଥାନରୁ ଅନ୍ୟସ୍ଥାନକୁ ନେଲା ପରେ ତାହାର ଓଜନ କିଛି କମିବାର ଦେଖାଯାଏ ଏହିସବୁ କମତିକୁ ଅମାର ତୁଟ, ଖଣି ତୁଟ, ପ୍ରତାଳ ତୁଟ ବା ରାସ୍ତା ତୁଟ ବୋଲାଯାଏ]
- ୫. କର୍ତ୍ତବ୍ୟ କାର୍ଯ୍ୟରେ ତ୍ରୁଟି ବା ହେଳା — ୫. Neglect of one's duties.