ତୁମ୍ୱି
ତୁମ୍ୱି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତୁମ୍ୱ (ଦେଖ) - Tumba (See)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକପ୍ରକାର ବାଣ; ବଡ଼ ଘଡ଼ି ବାଣ — ୧. A firework having powder pushed inside a ball or hole made in the feled trunk of a big tree.
[ ଦ୍ର—ଛୋଟ ମୁହଁ ଥିବା ମୋଟ ମାଟି ଘଡ଼ି ମଧ୍ୟରେ ବାରୁଦ ଖୁନ୍ଦି ତହିଁ ସଙ୍ଗେ ଲୁହାର ସରୁ ଭରତି କରାଯାଇ ଯେଉଁ ବାଣ ତିଆରି ହୁଏ ତାକୁ ଚମ୍ପା ବା ଘଡ଼ିବାଣ ବା କୁମ୍ପି ବୋଲା ଯାଏ ଏ ଘଡ଼ିର ମୁହଁରେ ନିଆଁ ଲଗାଇଲେ ଲୁହା ଚୂନା ଅଗ୍ନି ସଂଯୋଗରେ ଅଗ୍ନିମୟ ଚମ୍ପାଫୁଲ ଆକାରରେ ଫୁଆରା ପରି ଉପରକୁ ଉଠେ ଲାଉତୁମ୍ୱା ଆକାରର ବଡ଼ ମାଟି ଘଡ଼ିରେ ବାରୁଦ ଓ ଲୁହା ଗୁଣ୍ଡ ଖୁନ୍ଦି ତିଆରି କରାଯିବା ବାଣକୁ ତୁମ୍ୱି ବୋଲାଯାଏ ବର, ତିନ୍ତୁଳି ଆଦି ଗଛର ଗଣ୍ଡିକୁ ଗଡ଼ କରି କାଟି ଆଣି ତାକୁ ଭୂମିରେ ପକାଇ ତାହା ମଝିରେ ନିହାଣଦ୍ୱାରା ୧ ଫୁଟ ଗଭୀର ଗୋଲ ଗର୍ତ୍ତ କରାଯାଏ ସେ ଗର୍ତ୍ତରେ ବାରୁଦ ଓ ଲୁହା ଗୁଣ୍ଡ ଖୁବ୍ ଖୁନ୍ଦା ଯାଏ ଓ ଖୁବ୍ ମାଡ଼ ଦେଇ ତା ମୁହଁରେ ଗୋଟିଏ ଛୋଟ କଣା ରଖା ଯାଏ ସେହି ମେଲା ତା ମୁହଁରେ ଅଗ୍ନି ସଂଯୋଗ କଲେ ସେ ବାରୁଦ ଓ ଲୁହା ଗୁଣ୍ଡର ଅଗ୍ନିସ୍ଫୁଲିଙ୍ଗ ୩୪: ଫୁଟ ଉଚ୍ଚକୁ ଉଠେ ଓ ଖୁବ୍ ଗର୍ଜନ ହୁଏ ଏହି ବାଣକୁ ତୁମ୍ୱ ବୋଲାଯାଏ ଛୋଟ ତୁମ୍ୱକୁ ତୁମ୍ୱି ବୋଲାଯାଏ]
- ୨. ଶସ୍ୟାଦି ମାପିବା ପାତ୍ରବିଶେଷ — ୨. A measure for corn.
- ୩. ତୁମ୍ୱା (ଦେଖ) - —୩. Tumbā (See)
ତିମ୍ୱି କାଖେ ଚର୍ମ କାନ୍ଧରେ—ପ୍ରାଚୀ. ପରଚେଗୀତ