Jump to content

ତୁମ୍ୱୁରୁ

ଉଇକିଅଭିଧାନ‌ରୁ

ତୁମ୍ୱୁରୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁମ୍ୱ୍ ଧାତୁ+ଉରୁ)

[ସମ୍ପାଦନା]
୧. ଗନ୍ଧର୍ବବିଶେଷ — ୧. Name of a heavenly chorister.

ତୁମ୍ୱୁରୁ ତାହା ଦେଖି ସହି ନ ପାରିଲେ ଏକଶ ତାମ୍ରବର୍ଣ୍ଣ ଘୋଡ଼ ଅଣାଇଲେ—କୃଷ୍ଣସିଂହ. ମହାଭାରତ. ସଭା

[ ଦ୍ର—ଏ ସଙ୍ଗୀତ ବିଦ୍ୟାରେ ବିଶେଷ ପାରଦର୍ଶୀ ଥିଲେ ଓ ତୁମ୍ୱୁରୁ ବାଦ୍ୟ ଆବିଷ୍କାର କରିଥିଲେ ଏ ଚୈତ୍ର ମାସରେ ସୂର୍ଯ୍ୟଙ୍କ ରଥରେ ଅବସ୍ଥାନ କରନ୍ତି ଏ ବିଷ୍ଣୁଙ୍କର ଜଣେ ପ୍ରିୟ ପାର୍ଶ୍ୱଚର— ହିନ୍ଦୀ - ଶବ୍ଦସାଗର]

୨. ବୃକ୍ଷବିଶେଷ —୨. Name of a tree.
୩. ନାରଙ୍ଗାଦି ବର୍ଗର ଛୋଟ କଣ୍ଟକୀ ତରୁବିଶେଷ — ୩. Xanthoxylum Alatum.

[ ଦ୍ର—ଏହାର କାଠ ଧଳା ପତ୍ର ଘନ, ପତ୍ରର ଡେମ୍ଫରେ ପକ୍ଷ ଅଛି ଫୁଲ ହଳଦିଆ ଓ ଛୋଟ ପୁଂ. ଓ ସ୍ତ୍ରୀ. ବୃକ୍ଷ ପୃଥକ୍ ଫଳ ପାଚିଲେ ଫାଟି ଯାଏ ମଞ୍ଜି ଉଜ୍ଜ୍ୱଳ କୃଷ୍ଣବର୍ଣ୍ଣ ଏହା ନେପାଳୀ ଧନିଆଁ ନାମରେ ବଜାରରେ ବିକ୍ରି ହୁଏ ଶୂଳଘ୍ନ ବୋଲି ଏହା ଔଷଧ ଲାଗେ ହିମାଳୟ ଓ ଖାସିଆ ପାହାଡ଼ରେ ଏ ଗଛ ଜନ୍ମେ ଏବୀଜ ଦେଖିବାକୁ ଧନିଆ ମଞ୍ଜିପରି ଏହା ଭାରି କଟୂ (ରାଗୁଆ) ଓ ଏହାକୁ ପାଟିରେ ପକାଇଲେ ପାଟି ରୁଗୁରୁଗୁ ହୁଏ ଓ ପାଟିରୁ ଖୁବ୍ ଲାଳ ବହେ ଦାନ୍ତ ଦରଜ ହେଲେ ଏହାକୁ ପାଟିରେ ଜାକନ୍ତି ବୈଦ୍ୟଶାସ୍ତ୍ରମତରେ ଏହା ଗରମ, କଡ଼ୁଆ, ଅଗ୍ନିଦୀପକ ଏବଂ କଫ, ବାତ ଓ ଶୂଳ ଦୂର କରେ]

୪. ଋଷି ବିଶେଷ —୪. Name of a sage.
୫. ଧନିଆଁ (ହିନ୍ଦୀ - ଶବ୍ଦସାଗର) —୫. Coriander.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଡ଼କାଠ ବାଜା —Big drum.