ତୁରୀୟ
ଦେଖଣା
ତୁରୀୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଚତୁର=ଚାରିସଂଖ୍ୟା+ପୂରଣାର୍ଥ ଈୟ. ନିପାତନ)
[ସମ୍ପାଦନା]- ୧. ଚତୁର୍ଥ —୧. Fourth.
- ୨. (ତ୍ୱରା+ଈୟ) ତ୍ୱରାନ୍ୱିତ; ଶୀଘ୍ରଗତି —୨. Swift.
- ୩. ପରିତ୍ରାଣକାରୀ (ଶବାଦ କଳ୍ପଦ୍ରୁମ) —୩. Redeeming.
ବିଶେଷ୍ୟ -
[ସମ୍ପାଦନା]- ୧. ସମାଧିର ଅବସ୍ଥା ବିଶେଷ (ଯେତେବେଳେ ସାଧକର ଆତ୍ମା ପରମାତ୍ମା ବା ପରଂବ୍ରହ୍ମରେ ସମ୍ମିଳିତ ହୁଏ) — ୧. A stage attained in spiritual meditation when the Infinite is attained i.e. when 'God in Man becomes one with Man in God').
[ ଦ୍ର—ବେଦାନ୍ତରେ ପ୍ରାଣୀର୪ଟି ଅବସ୍ଥା ବର୍ଣ୍ଣିତ ହୋଇଅଛି ଯଥା—ଜାଗ୍ରତ୍, ସ୍ୱପ୍ନ, ସୁଷୂପ୍ତି ଓ ତୁରୀୟ ତୁରୀୟ ଅବସ୍ଥାରେ ଭେଦଜ୍ଞାନ ଲୁପ୍ତ ହୁଏ ଓ ଆତ୍ମା ବ୍ରହ୍ମଚୈତନ୍ୟରେ ଲୀନ ହୁଏ]
- ୨. ପରଂବ୍ରହ୍ମ —୨. The Supreme Being.
- ୩. (ବେଦାନ୍ତ ଦର୍ଶନ)—ମାୟାର ଅତୀତ ୪ର୍ଥ ତତ୍ତ୍ୱ — ୩. The ୪th Essence beyond the worldly illusion (Hindu Philosophy).
- ୪. ବେଦ ଅନୁସାରେ ବାଣୀ ବା ବାକ୍ୟର ଏକଶ୍ରେଣୀ — ୪. A class of utterance according to the Bedas.
[ ଦ୍ର—ବେଦରେ ବାଣୀ ବା ବାକ୍ୟକୁ ୪ ଶ୍ରେଣୀରେ ବିଭକ୍ତ କରାଯାଇଅଛି, ଯଥା—୧ ପରା, ୨ ପଶ୍ୟନ୍ତୀ,୩ ମଧ୍ୟମା, ୪ ବୈଖରୀ ବା ତୃତୀୟ ଯେଉଁ ନାଦାତ୍ମକ ବର୍ଣ୍ଣ ମୂଳାଧାରରୁ ଉଠିଛି ଓ ଯାହା ନିରୁପିତ ହୋଇ ନ ପାରେ ତାହା ପରା; ଯେଉଁ ନାଦକୁ କେବଳ ଯୋଗାସାଧକମାନେ ଜାଣି ପାରନ୍ତି ତାହା ପଶ୍ୟନ୍ତୀ ଯେତେବେଳେ ବାଣୀ ବୁଦ୍ଧିଗତ ହୋଇ କହିବାର ଇଚ୍ଛା ଉତ୍ପନ୍ନ କରେ ତେତେ— ବେଳେ ତାହାର ନାମ ମଧ୍ୟମା ଯେତେବେଳେ ବାଣୀ ମୁଖ ପର୍ଯ୍ୟନ୍ତ ଆସି ଉଚ୍ଚାରିତ ହୁଏ ତାହା ବୈଖରୀ ବା ତୁରୀୟ— ହିନ୍ଦୀ - ଶବ୍ଦସାଗର]