ତୁଲାଇବା
ଦେଖଣା
ତୁଲାଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ତୁଳ. ତା—ତୁଲେଇ=ଶେଷକରିବା)
[ସମ୍ପାଦନା]- ୧. କୌଣସି କାର୍ଯ୍ୟକୁ ସମାଧାନ କରିବା — ୧. To accomplish a work; to bring a thing to its conclusion.
ପଡ଼ିଲେ କଷ୍ଟକାର୍ଯ୍ୟ ଦେବ ମୁଁ ତୁଲାଇ କୃଷ୍ଣସିଂହ. ମହାଭାରତ. ବନ
- ୨. କୌଣସି ଆପଦ ବା ଘଟନାକୁ ସମ୍ଭାଳିବା — ୨. To cope with an emergency or difficulty.
- ୩. ଦାୟିତ୍ୱ ବା କର୍ତ୍ତବ୍ୟ ନିଷ୍ପନ୍ନ କରିବା; ଚଳାଇ ନେବା — ୩. To discharge a duty or onus or responsibility.
ପାଞ୍ଚ ପାଇଟି ଭାଇମାନେ ତୁଲାନ୍ତି କୁନ୍ତଳାକୁମାରୀ, ନଅତୁଣ୍ଡୀ
- ୪. ସମାନ କରିବା —୪. To equilise; to smooth.
- ୫. ସମତଳବିଶିଷ୍ଟ କରିବା — ୫. To level up; to smooth.
- ୬. ଏକବସ୍ତୁ ଅନ୍ୟବସ୍ତୁ ସଙ୍ଗେ ସମାନ ହେବାପରି କରିବା — ୬. To cause a thing to tally with another thing.
- ୭. ତୁଲ୍ୟ ହେବା —୭. To be equal to.
ହେ ଭଲ କହିବା ବର କାହିଁ ଲକ୍ଷ୍ୟ ସୂକାନ୍ତିକି ଆଉ ତୁଲାଇ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୮. ତୁଳନା କରିବା —୮. To compare.
ହୁଁ ହୁଁ ହୁଁ ହୁଁ ନା ନା ମଲି ଇଷି ଭାଷାକୁ କିସ ତୁଲାଇବ ଭଞ୍ଜ. ପ୍ରେମସୁଧାନିଧି