ତୁଲେ
ଦେଖଣା
ତୁଲେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ତୁଲ୍ୟ)
[ସମ୍ପାଦନା]- ୧. (ଅନ୍ୟ ବ୍ୟକ୍ତିର) ସହିତରେ — ୧. With.
ସଞ୍ଜବେଳରୁ କଞ୍ଜ ଫୁଟିବା ଯାଏ, କୁଞ୍ଜଗୃହେ ତୋ ତୁଲେ ପରା ଲାଗେ ଲୋ କବିସୂର୍ଯ୍ୟ. ସଙ୍ଗୀତ
- ୨. (ଅନ୍ୟ ବସ୍ତୁର) ସହିତରେ; ସଙ୍ଗେ — ୨. With; together with.
ଘୋଟି କିତବମୂଳ, ଘୋରି ଘୋର ଜାଙ୍ଗଲ, ଜହର ତୁଲେ ତାହା ପିଇଲୁରେ— କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ. ଗୀତ
- ୩. ତୁଲ୍ୟ; ପ୍ରକାରେ; ପରି; ସମାନରେ — ୩. Equally with; like.
ସୁକୁମାରୀ ପଣେ ନଳିନୀ ତୁଲେ କେ ଅଛି ଆନ—ରାଧାନାଥ. ଚନ୍ଦ୍ରଭାଗା