Jump to content

ତୁଲେଇବା

ଉଇକିଅଭିଧାନ‌ରୁ

ତୁଲେଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ତୁଳ. ତା—ତୁଲେଇ=ଶେଷକରିବା)

[ସମ୍ପାଦନା]
୧. କୌଣସି କାର୍ଯ୍ୟକୁ ସମାଧାନ କରିବା — ୧. To accomplish a work; to bring a thing to its conclusion.

ପଡ଼ିଲେ କଷ୍ଟକାର୍ଯ୍ୟ ଦେବ ମୁଁ ତୁଲାଇ କୃଷ୍ଣସିଂହ. ମହାଭାରତ. ବନ

୨. କୌଣସି ଆପଦ ବା ଘଟନାକୁ ସମ୍ଭାଳିବା — ୨. To cope with an emergency or difficulty.
୩. ଦାୟିତ୍ୱ ବା କର୍ତ୍ତବ୍ୟ ନିଷ୍ପନ୍ନ କରିବା; ଚଳାଇ ନେବା — ୩. To discharge a duty or onus or responsibility.

ପାଞ୍ଚ ପାଇଟି ଭାଇମାନେ ତୁଲାନ୍ତି କୁନ୍ତଳାକୁମାରୀ, ନଅତୁଣ୍ଡୀ

୪. ସମାନ କରିବା —୪. To equilise; to smooth.
୫. ସମତଳବିଶିଷ୍ଟ କରିବା — ୫. To level up; to smooth.
୬. ଏକବସ୍ତୁ ଅନ୍ୟବସ୍ତୁ ସଙ୍ଗେ ସମାନ ହେବାପରି କରିବା — ୬. To cause a thing to tally with another thing.
୭. ତୁଲ୍ୟ ହେବା —୭. To be equal to.

ହେ ଭଲ କହିବା ବର କାହିଁ ଲକ୍ଷ୍ୟ ସୂକାନ୍ତିକି ଆଉ ତୁଲାଇ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୮. ତୁଳନା କରିବା —୮. To compare.

ହୁଁ ହୁଁ ହୁଁ ହୁଁ ନା ନା ମଲି ଇଷି ଭାଷାକୁ କିସ ତୁଲାଇବ ଭଞ୍ଜ. ପ୍ରେମସୁଧାନିଧି