Jump to content

ତୁଳ

ଉଇକିଅଭିଧାନ‌ରୁ

ତୁଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତୁଳ୍ ଧାତୁ+ଅ)

[ସମ୍ପାଦନା]
୧. ବିଶାକାଠି — ୧. Weighing yard or rod.
୨. ପରିମାଣଦଣ୍ଡ; ସେର ତରାଜୁ — ୨. A pair of scales; weighing instrument.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳନ)

[ସମ୍ପାଦନା]
୧. ଓଜନ —୧. Weight.
୨. ଓଜନ କରିବା —୨. Weightment.
୩. କଛ; ତୁଳନା —୩. Comparision.

ତୁ ତ ସୁବିବେକୀ ତୁଳ ମୁଁ କେବେ କି ତହିଁ ଥିବି ଅବଗାହି କବିସୂର୍ଯ୍ୟ. ସଙ୍ଗୀତ

୪. କନ୍ୟା ମାସର ପରବର୍ତ୍ତୀ ସୌରମାନ ମାସ; ସୌରମାନ କାର୍ତ୍ତିକ ମାସ —୪. Solar month of Kartika.


(ସଗା—ବିପରୀତ)

ତୁଳରେ ରୋଇଲେ ମୂଳରେ ଫଳେ—କୃଷ୍ଣବଚନ

ବିଶେଷଣ -

[ସମ୍ପାଦନା]
୧. ଉଚ୍ଚ —୧. High.
୨. ତୁଲ, ସମକଚ୍ଛ —୨. Equal in comparision.
୩. କୋଡ଼ି,କାଙ୍କ ବା କୁରାଢ଼ିର ବେଣ୍ଟ ଗଳିବା କଣାର ଉପର—ମୁହଁ ହେବା ଅବସ୍ଥା — ୩. (a spade) Of which the eye has been made in such a manner that the handle when thrust into it bulges up.

[ ଦ୍ର—କଣାଟି ଉପରମୁହାଁ ହୋଇ ରହିବାରୁ ବେଣ୍ଟଟି ସିଧା ନ ରହି ଉପରମୁହାଁ ହୁଏ ତେଣୁ ସେ ଯନ୍ତ୍ର ହାଣିବାକୁ ବଡ଼ ଅସୁବିଧା ହୁଏ ]

ଦେଶଜ - କ୍ରିୟାପଦ - (ତୁଳିବା କ୍ରିୟାର ଅନୁଜ୍ଞା ରୂପ)

[ସମ୍ପାଦନା]
୧. ତୁଳନା କର — ୧. (you) Compare.

ଓଜନ କର —୨. (you) Weigh.

[ ଦ୍ର— ଏ ଅଭିଧାନରେ କୌଣସି ଶବ୍ଦ ସଙ୍ଗେ ଅନ୍ୟ ଭାଷାର ଶବ୍ଦାଦି ତୁଳନା କରି ସେ ଦୁହିଁଙ୍କ ସାଦୃଶ୍ୟ ଲକ୍ଷ କରିବାକୁ ସୂଚନା ଦିଆଯାଇଥିବା ସ୍ଥଳରେ ଏହି 'ତୁଳ' ଶବ୍ଦ ଲେଖା ଯାଇଛି ]



ତୁଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୂଳ୍ ଧାତୁ=ଓଜନ କରିବା+ଅ)

[ସମ୍ପାଦନା]
୧. ତୁଳା — ୧. Picked cotton.
୨. ଶିମିଳିତୁଳା —୨. Simmul cotton; silk cotton.
୩. ଆକାଶ —୩. The sky.
୪. ତିନ୍ତୁଳି ଗଛ —୪. Tamarind tree.
୫. ତୁଁତ ଗଛ — ୫. The mulberry tree.
୬. ଘାସର ବିଡ଼ା — ୬. A tuft of grass (Apte).
୭. ଧାତୁରା —୭. Thorn apple (Apte).
୮. ବାୟୁ ମଣ୍ଡଳ —୮. Atmosphere; air (Apte).
୯. ଫୁଲର କେଣ୍ଡା — ୯. A panicle of flowers (Apte).