Jump to content

ତୁଳସୀ

ଉଇକିଅଭିଧାନ‌ରୁ

ତୁଳସୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତୂଳା= ସାଦୃଶ୍ୟ+ ସୋ ଧାତୁ= ନାଶ କରିବା + କର୍ତ୍ତୃ. ଅ+ ସ୍ତ୍ରୀ. ଈ; ପୃଥିବୀରେ ଯାହା ନିକଟରେ ସମସ୍ତ ସାଦୃଶ୍ୟ ଲୋପ ପାଇଅଛି,

ବିଷ୍ଣୁ ବଲ୍ଲଭା, ସୁରେଜ୍ୟା, ସୁରସା, କୟସ୍ଥା, ସୁରଦୁନ୍ଦୁରି., ସୁରଭି, ବହୁପତ୍ରୀ, ମଞରୀ, ହରିପ୍ରିୟା, ଅପେତ ରାକ୍ଷସୀ, ଶ୍ୟାମା, ଗୌରୀ, ତ୍ରିଦଶମଞରୀ, ଭୁତଘ୍ନୀ, ଭୁତପକତ୍ରୀ, ପର୍ଣ୍ଣାସ ବୃନ୍ଦା, କଠିଞରୀ, କୁଠେରକ, ବୈଷ୍ଣବୀ, ପୁଣ୍ୟା, ପବିତ୍ରା, ମାଧବୀ, ଅମୃତ, ପତ୍ରପୁଷ୍ପା, ସୁଗନ୍ଧା, ଗନ୍ଧହାରିଣୀ, ସୁରହବଲ୍ଲୀ, ପ୍ରେତରାକ୍ଷସୀ, ସୁବହା, ଗ୍ରାମ୍ୟ, ସୁଲଭା, ବହୁ଼ମଞ୍ଜରୀ, ଦେବଦୁନ୍ଦୁଭି ତା. ଓଲସୀ ତା. କୃଷ୍ଣ ଗଗେରଚେଟ୍ଟୁ, ଇୟୁଲସ ମ. ଲସିଚେ ଝାଡ଼ 

ଅନୁବାଦ

[ସମ୍ପାଦନା]

ଅର୍ଥାତ୍ ପୃଥିବୀରେ ଯାହା ସଙ୍ଗେ ଅନ୍ୟ କୌଣସି ବସ୍ତୁ ତୁଳନା କରାଯାଇ ନ ପାରେ)—ପ୍ରସିଦ୍ଧ କ୍ଷୁପ; ତୁଳସୀଗଛ — The Holy Basil plant; Ocymum Sanctum (Haines). [ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ ତୁଳସୀ ୫ ପ୍ରକାର ଯଥା—୧ କୃଷ୍ଣତୁଳସୀ = କଳାତୁଳସୀ, ୨ ଶ୍ୱେତ ତୁଳସୀ= ଛେତତୁଳସୀ, ୩ : ବର୍ବରୀ ତୁଳସୀ= ଲଣ୍ଡାବଗୁଲି, ୪ ବିଲ୍ୱ ଗନ୍ଧ ବା ବିଶ୍ୱଗନ୍ଧ ତୁଳସୀ, ବିଶ୍ୱତୁଳସୀ= ଦୁଲଭା ୫ କ୍ଷୁଦ୍ରପତ୍ର ତୁଳସୀ= ଗନ୍ଧତୁଳସୀ, ବଣ ତୁଳସୀ ତୁଳସୀ ହିନ୍ଦୁ ଗୃହସ୍ଥର ଗୋଟିଏ ଆଦରଣୀୟ କ୍ଷୁପ; ଏହାର ପତ୍ର ଓ ମଞ୍ଜରୀଦ୍ୱାରା ବିଷ୍ଣୁ ପୂଜା ହୁଏ ଆମଦେଶରେ ପ୍ରତ୍ୟେକ ହିନ୍ଦୁ ଗୃହସ୍ଥର ଆପଣାର ଖଞ୍ଜାରେ ଗୋଟିଏ ସ୍ତୁପ ବା ଚଉରା ନିର୍ମାଣ କରି ତାହା ଉପରେ ତୁଳସୀ ଗଛ ଗୋଟିଏ ଲଗାଇ ଥାଆନ୍ତି ଏହି ଗଛର ଗଣ୍ଡିକୁ କୁନ୍ଦି ହିନ୍ଦୁମାନେ ମାଳ କରନ୍ତି ଏ ମାଳିକୁ ବୈଷ୍ଣବମାନେ ଜପନ୍ତି ଓ କଣ୍ଠରେ ଧାରଣ କରନ୍ତି ଏହାର ଫୁଲ ପେନ୍ଥା ପେନ୍ଥା ଓ ଜଟାଭଳି ହୁଏ ଧଳା ଓ କଳା ପତ୍ର ଭେଦରେ ଗଛ ୨ ପ୍ରକାର ବଣରେ ମଧ୍ୟ ଅନେକପ୍ରକାର ଏହି ପ୍ରକାର ଏହି ଜାତୀୟ ଗଛଚ ଅଛି, ଯଥା—ଗନ୍ଧତୁଳସୀ ବଣତୁଳସୀ, ଦୁଲଭା, ଲଣ୍ଡାବଗୁଲି, ଇତ୍ୟାଦି ତୁଳସୀଗଛ ଓ କାଠକୁ ହିନ୍ଦୁମାନେ ଅତି ପବିତ୍ର ଜ୍ଞାନ କରନ୍ତି ଓ ଚନ୍ଦନକାଠ ଅଭାବରେ ଏହି କାଠକୁ ଚିତାନଳରେ ମିଶାଇ ଶବଦାହ କରନ୍ତି ତୁଳସୀପତ୍ର, ତମ୍ୱା ଓ ଶାଳଗ୍ରାମ ଧରି ଲୋକେ ହଲପ କରି ଥାଆନ୍ତି କନ୍ୟା ପ୍ରଦାନ ପୂର୍ବରୁ କନ୍ୟାକର୍ତ୍ତା ବରକର୍ତ୍ତାଙ୍କ ହାତକୁ ତୁଳସୀମାଳା ଟେକି ଦେଲେ ବିବାହର 'ନିର୍ବନ୍ଧ' ହୁଏ

ବିଷ୍ଣୁଙ୍କର ଏ ସ୍ଥତ୍ର ଅତି ପ୍ରିୟ ବିଷ୍ଣୁ ଓ ଶାଳାଗ୍ରାମଙ୍କଠାରେ ଏ ପତ୍ର ଓ ମଞ୍ଜରୀ ଦିଆଯିଏ ନୈବେଦ୍ୟ ଉପରେ ମଧ୍ୟ ଏ ପତ୍ର ପକାଇ ବିଷ୍ଣୁଙ୍କୁ ଅର୍ପଣ କରାଯାଏ

ତୁଳସୀ ହିନ୍ଦୁମାନଙ୍କର ପୂଜ୍ୟା, ତେଣୁ 'ତୁଳସୀ'ର ଲକ୍ଷଣାର୍ଥ ଭଲ ଲୋକ ସୁଶୀଳ ବ୍ୟକ୍ତି ଏହାର ଗନ୍ଧ ଅତି ମନୋହର, ତେଣୁ ଲୋକେ, ବାଳକ ବାଳିକାମାନଙ୍କୁ 'ତୁଳସୀ ଦୁଇ ପତ୍ରରୁ ବାସେ ଓ ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ' ବୋଲି ଉପମ ଦିଅନ୍ତି ଏହାର ତାତ୍ପର୍ପ୍ୟ ଏହି ଯେ ଯେପରି ତୁଳସୀ ଗଛର ଅଙ୍କୁର ବାହାରିବା ମାତ୍ରକେ ସୁଗନ୍ଧ ଯୁକ୍ତ ହୁଏ ଓ ବିଛୁଆତି ଗଛ ପତ୍ର ହେବା ମାତ୍ରକେ ଦେହରେ ଲାଗିଲେ ଗଲୁ ହୁଏ, ସେହିପରି ବାଲ୍ୟକାଳରୁ ବାଳକ ବାଳିକାମାନଙ୍କର ପ୍ରକୃତି ସେମାନଙ୍କ କାର୍ଯ୍ୟରୁ ଜଣାପଡ଼େ ଏହି ତୁଳସୀ ଗଛ ପତ୍ର ହିନ୍ଦୁମାନଙ୍କର ଏପରି ଭକ୍ତି ଯେ ତୁଲସୀ ଗଛ 'ମରିଗଲା' ବୋଲି ନ କହି "ନାରାୟଣ ପାଇଲେ" ବୋଲି କହନ୍ତି ବୈଦ୍ୟଶାସ୍ତ୍ର ମତରେ ଏହା କଫହାରକ ଓ ଏହାର ବସ ଅନ୍ୟାନ୍ୟ ଔଷଧ ସଙ୍ଗେ ଅନୁପାନରୂପେ ବ୍ୟବହୃତ ହୁଏ ତୁଳାସୀର ପୌରାଣିକ ଉତ୍ପତ୍ତ ସମ୍ୱନ୍ଧେ ପୁରାଣମାନଙ୍କରେ ବିଭିନ୍ନ ମତ ଦେଖାଯାଏ ବ୍ରହ୍ମପୁରାଣ ଅନୁସାରେ ପ୍ରଥମେ ଏ ରାଧିକାଙ୍କର ସଖୀ ଥିଲେ ଏହାଙ୍କର ନାମ ବୃନ୍ଦାବତୀ ଥିଲା ରାଧିକାଙ୍କର ଶାପରେ ଏ ଧର୍ମଧ୍ୱଜ ନାମକ ରାଜାଙ୍କର କନ୍ୟା ହୋଇ ମାଧବୀଙ୍କ ଗର୍ଭରେ ପୁନର୍ଜନ୍ମ ଲାଭ କରି ତୁଳସୀ ନାମରେ ଅଭିହିତା ହେଲେ ପରେ ଏ ଶଙ୍ଖଚୂଡ଼ ନାମକ ଦୈତ୍ୟର ପତ୍ନୀ ହେଲେ ଶଙ୍ଖଚୂଡ଼ କୃଷ୍ଣଙ୍କଦ୍ୱାରା ହତ ହେବାରୁ ଏ ସ୍ୱାମୀଙ୍କ ସଙ୍ଗେ ସହମୃତା ହେଲେ; ପରେ ଶ୍ରୀକୃଷ୍ଣଙ୍କ ବରରେ ଏହାଙ୍କର କେଶରୁ ତୁଳସୀ ଗଛର ଉତ୍ପନ୍ନ ହେଲା

ପଦ୍ମପୁରାଣ ମତରେ—ଜଳନ୍ଧର ନାମକ ଅସୁରର ବୃନ୍ଦା ନାମ୍ନୀ ପତ୍ନୀ ଥିଲେ ଏ କାଳନେମୀ ଦୈତ୍ୟର କନ୍ୟା ଜଳନ୍ଧର ଇନ୍ଦ୍ରଙ୍କ ପରାସ୍ତ କରି ସ୍ୱର୍ଗରେ ରାଜା ହେବାରୁ ଇନ୍ଦ୍ର ମହାଦେବଙ୍କ ଶରଣାପନ୍ନ ହେଲେ ଏ ଦୈତ୍ୟ ପାର୍ବତୀଙ୍କ ପ୍ରତି କାମାସକ୍ତ ବୋଇ ପାର୍ବତୀ ଦେବା ନିମନ୍ତେ ମହାଦେବଙ୍କୁ ଆଦେଶ କରିବାରୁ ମହାଦେବ ଏହା ଉପଲକ୍ଷେ କ୍ରୁଦ୍ଧ ହୋଇ ଏହା ସଙ୍ଗେ ଯୁଦ୍ଧ କଲେ କିନ୍ତୁ ବହୁ ଯୁଗ ପର୍ଯ୍ୟନ୍ତ ଏହାକୁ ପରାସ୍ତ କରି ପାରିଲେ ନାହିଁ କାରଣ ଏହାର ପତ୍ନୀ ପତିପରାୟଣା ସତୀ ବୃନ୍ଦା ବିଷ୍ଣୁପୂଜା କରି ପତିର ମଙ୍ଗଳ ପ୍ରାର୍ଥନା କରୁଥାଆନ୍ତି ବିଷ୍ଣୁ ମାୟାରେ ଜଳନ୍ଧର ରୂପ ଧାରଣ କରି ବୃନ୍ଦା ନିକଟରେ ଉପସ୍ଥିତ ହେବାରୁ ବୃନ୍ଦାର ତପସ୍ୟା ଭଗ୍ନ ହେଲା ଓ ଜଳନ୍ଧର ହତ ହେଲା ପରେ ବୃନ୍ଦା ବିଷ୍ଣୁଙ୍କର ଏହି କଟୁ ଜାଣି ପାରି ବିଷ୍ଣୁଙ୍କୁ ଅଭିଶାପ ହୃଗେବାକୁ ଉଦ୍ୟତ ହେବାରୁ କ୍ରୋଧାନ୍ୱିତ ସ୍ୱାମୀଙ୍କୁ ଶାନ୍ତ କରିବା ନିମନ୍ତେ ବିଷ୍ଣୁ ତାଙ୍କୁ କହିଲେ ଯେ, ତୁମ୍ଭେ ସ୍ୱାମୀଙ୍କ ସଙ୍ଗେ ସମମୃତା ହୁଅ ଓ ତୁମ୍ଭ ଚିତାଭସ୍ମରୁ ତୁଳସୀ, ଧାତ୍ରୀ, ପଲାଶ ଓ ଅଶ୍ୱତ୍ଥ ଏହି ୪ଟି ବୃକ୍ଷ ଜନ୍ମି ଯୁଗେ ଯୁଗେ ପୂଜା ପାଇବେ ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଭାଗବତ) ତୁଳସୀ ଦେବୀ; ବୃନ୍ଦାବତୀ — ୧. Name of a woman who was transformed into the Holy Tuḻasī plant.
୨. ତୁଳସୀ ଗଛର ପତ୍ର — ୨. The leaf of a Tuḻasī plant.
୩. ତୁଳସୀ ନାମ୍ନୀ ସ୍ତ୍ରୀର ଡାକ ନାମ — ୩. Name for calling Tuḻasī



ତୁଳସୀ (ଇତ୍ୟାଦି) —

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ତୁଳସୀ)

[ସମ୍ପାଦନା]

ତୁଳସୀ ଇତ୍ୟାଦି (ଦେଖ) - —Tuḻasī etc. (See)