Jump to content

ତୁଳସୀ ଦାସ

ଉଇକିଅଭିଧାନ‌ରୁ

ତୁଳସୀ ଦାସ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଉତ୍ତର ପଶ୍ଚିମ ଭାରତବାସୀ ସୁପ୍ରସିଦ୍ଧ ଭକ୍ତପ୍ରବର ଓ କବି —A name of a Hindi poet and devotee of Rāmachandra.

[ ଦ୍ର—ଏହାଙ୍କର ହିନ୍ଦୀ ପଦ୍ୟରେ ନିବିଦ୍ଧ ରାମଚରିତମାନସ ଓ କବିତ୍ତରାମାୟଣ ଭାରତପ୍ରସିଦ୍ଧ ଏ ସରଯୁକୂଳବାସୀ ଦୁବେ ବ୍ରାହ୍ମଣ ଥିଲେ ଏ ଖ୍ରୀଷ୍ଟୀୟ ୧୫୮୩: (ଅନ୍ୟ ମତରେ ୧୫୮୬: )ରେ ଜନ୍ମଗ୍ରହଣ କରିଥିଲେ କେହି କେହି କହନ୍ତି ଯେ ଚିତ୍ରକୁଟ ନିକଟସ୍ଥ ରାଜାପୁର ଏହାଙ୍କ ଜନ୍ମସ୍ଥାନ ଓ ଏଠାରେ ଏହାଙ୍କ ହାତ— ଲେଖା ରାମାୟଣ ଗ୍ରନ୍ଥ ଅଛି କଥିତ ଅଛି ଯେ, ଏ ଯୁବାକାଳରେ ଆପଣାର ସ୍ତ୍ରୀଙ୍କ ପ୍ରତି ବିଶେଷ ଆସକ୍ତ ଥିଲେ ଥରେ ସ୍ତ୍ରୀ ବାପଘରେ ଥିବା ସମୟରେ ସ୍ତ୍ରୀଙ୍କ ସଙ୍ଗେ ଦେଖା କରିବାକୁ ଏ ସେଠାକୁ ଗଲେ ସ୍ତ୍ରୀ ତାଙ୍କୁ ଛିଗୁଲେଇ କରି କହିଲେ, ତୁମେ ମୋଠାରେ ଯେପରି ଆସକ୍ତି ରଖିଅଛି ଯେବେ ସେପରି ଆସକ୍ତି ରାମଙ୍କଠାରେ ରଖନ୍ତ ତେବେ ମୁକ୍ତି ପାଇଯାଆନ୍ତି ଏହା ଶୁଣି ତୁଳସୀ ଦାସ ବିରକ୍ତ ହୋଇ କାଶୀ ଆସିଲେ ଓ ସେଠାରେ ଗୋଟିଏ ବ୍ରହ୍ମରାକ୍ଷସ ସଙ୍ଗେ ଭେଟ ହେବାରୁ ତାଙ୍କ ଅନୁଗ୍ରହରୁ ଏ ସ୍ୱଶରୀରରେ ହନୁମାନ୍ ଓ ରାମ ଲକ୍ଷ୍ମଣ ଦର୍ଶନ ପାଇଲେ ଓ ସେହି ଦିନଠାରୁ ରାମଭକ୍ତ ହେଲେ ଏବଂ ସାଧନାଦ୍ୱାରା କବିତ୍ୱ ଲାଭ କଲେ

ଏ ଖ୍ରୀ: ୧୬୨୩:ରେ ଗଙ୍ଗାକୂଳସ୍ଥ କାଶୀରେ ଅସୀଘାଟରେ ଦେହ ତ୍ୟାଗ କଲେ ଏହାଙ୍କ ରଚିତ ହିନ୍ଦୀ ଗ୍ରନ୍ଥମାନ ଯଥା—ରାମଚରିତ ମାନସ ବା ରାମାୟଣ, ଦୋହାବଳୀ, ଗୀତାବଳୀ, କବିତ୍ତରାମାୟଣ, ବିନୟପତ୍ରିକା, ରାମାଜ୍ଞା, ଜାନକୀମଙ୍ଗଳ, ପାର୍ବତୀମଙ୍ଗଳ, ବୈରାଗ୍ୟସନ୍ଦୀପନୀ, କୃଷ୍ଣଗୀତାବଳୀ,ବୈରଜ୍ଞୈ ରାମାୟଣ, ରାମ— ଲାଲାନହଛୁ, ହନୁମାନ ବାହାନେ—ହିନ୍ଦୀ - ଶବ୍ଦସାଗର ]