Jump to content

ତୁଳା

ଉଇକିଅଭିଧାନ‌ରୁ

ତୁଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତୁଳ ଧାତୁ=ଓଜନ କରିବା +କରଣ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ତୁଳା ଯନ୍ତ୍ର; ତରାଜୁ; ନିକିତି — ୧. A pair of scales.
୨. ତୁଳା ଦଣ୍ଡ; ପରିମାଣ ଦଣ୍ଡ ବା ବିଶାର କାଠି; ତଉଲିବା କଣ୍ଟା —୨. A steel yard or wooden beam used for weighing.
୩. ସୁନା ରୂପାର ଶହେ ପଳ ପରିମାଣ (ପ୍ରାୟ କଟକୀ ଚାରି ସେର) — ୩. A standard weight of gold or silver.
୪. ଓଦନ କରିବା —୪. Weighing; weighment.
୫. ଜ୍ୟୋତିଷୋକ୍ତ ୭ମ ରାଶି — ୫. The sign of Libra in the zodiac.
୬. ଆପଣା ଶରୀରର ଓଜନ ସଙ୍ଗେ ସମାନ ସୁନା ବା ରୂପା ଧାତୁ —୬. One's own weight of gold or silver.
୭. (+ଭାବ. ଅ)— ସାମ୍ୟ —୭. Equality.
୮. ସାଦୃଶ୍ୟ; ତୁଳନା —୮. Likeness; similarity.
୯. (+କର୍ମ. ଅ) ଗୃହର ଉପରିସ୍ଥ ଶେଣି; ଚାଳଘରର ଯେଉଁ ଶେଣୀ ସଭା ଉପରେ ବସିଥାଏ —୯. The timber or plate which occupies the highest position in the gabled roof of a thatched house.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳ)

[ସମ୍ପାଦନା]
୧. କପା ଓ ଶିମିଳି ଆଦିର ଫଳକୋଷରୁ ଉତ୍ପନ୍ନ ତନ୍ତୁମୟ କୋମଳ ବସ୍ତୁ — ୧. Picked cotton.

[ ଦ୍ର—କପା ଗଛରୁ କପା ତୁଳା, ଶିମିଳି ଗଛରୁ ଶିମିଳି ତୁଳ ଓ ଅରଖ ଗଛରୁ ଅରଖ ତୁଳା ବାହାରେ ]

୨. (ସଂସ୍କୃତ - ତୁଳ ଧାତୁ) କଷିବା; ପରୀକ୍ଷା କରିବା — ୨. Testing.
୩. ତୁଳନା —୩. Comparision.

ଗତିକର ତୁଳା ତୋର, ରତି କରକରଦନା ଉଣା ହେବ କବିସୂର୍ଯ୍ୟ. ସଙ୍ଗୀତ

ବିଶେଷଣ - (ସଂସ୍କୃତ - ତୁଲ୍ୟ)

[ସମ୍ପାଦନା]
୧. ସମାନ —୧. Similar; like.

ପୁଷ୍ପଦଳ ଉତ୍ପଳ ଯେ ତନୂ ତୁଳା—କବିସୂର୍ଯ୍ୟ. ସଙ୍ଗୀତ

୨. ତୁଳା ପରି କୋମଳ — ୨. As soft as picked cotton.


(ଯଥା—ମାଉଁସି ସିଝି ତୁଳା ହୋଇ ଯାଇଛି)