ତୂର
ଦେଖଣା
ତୂର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୂର୍ ଧାତୁ=ଶୀଘ୍ର ଗମନ କରିବା+କର୍ତ୍ତୃ ଅ)
[ସମ୍ପାଦନା]- ୧. ତୁର୍ଯ୍ୟ; ଭେରୀ —୧. A bugle; trumpet.
- ୨. କାହାଳୀ; ପେଁଏଁକାଳୀ; ପିତ୍ତଳ ନିର୍ମିତ ମହୁରୀ — ୨. Clarionet.
ଆଗରେ ଦାଉଣ୍ଡି ଯେ ବାଜଉ ବୀର ତୁର ଦୋଷାଧୁ ବୋଲଇ ତୁମ୍ଭେ ଶୁଣ ସର୍ବନର—ବିଶ୍ୱନାଥ. ବିତିତ୍ରରାମାୟଣ
- ୩. (+ଭାବ. ଅ) ବେଗ —୩. Speed (Apte).
- ୪. (+କର୍ତ୍ତୃ. ଅ) ହରକରା; ଧାଉଡ଼ିଆ — ୪. Courier (Apte).
- ୫. (+ଭାବ. ଅ) ତ୍ୱରାନ୍ୱିତହେବା — ୫. Hastening (Apte).