ତେଜିବା
ଦେଖଣା
ତେଜିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତେଜିବା
|
ଦେଶଜ - କ୍ରି. (ସଂସ୍କୃତ - ତିଜ୍ ଧାତୁ)
[ସମ୍ପାଦନା]- ୧. ଦୀପର ବଳିତାକୁ ଉସକାଇ ସତେଜ କରିବା; ତେଜିବା — ୧. To trim up the wick of an oil lamp; to trim up a lamp or candle.
- ୨. ଉତ୍ତେଜିତ କରିବା; ଉଦ୍ଦୀପନ କରିବା; ଟିହାଇବା — ୨. To excite.
- ୩. ରଗାଇବା —୩. To make angry.
- ୪. ଉଚ୍ଚ ଦର ହେବା; ଦୁର୍ମୁଲ୍ୟ ହେବା; ମୁଲ୍ୟ ବୃଦ୍ଧି ହେବା — ୪. To rise in price.
(ଯଥା—ଆଜି କାଲି ବଜାରରେ ମରିଚ ମସଲା ଦର ଭାରି ତେଜିଛି)
- ୫. ବିଶେଷ ପ୍ରଭାବଶାଳୀ ହେବା; ପ୍ରବଳତର ହେବା — ୫. To increase in vigour; to rise up.
(ଯଥା—ଆଜି ତାର ଜରଟା ଭାରି ତେଜିଛି)
- ୬. (ସଂସ୍କୃତ - ତ୍ୟଜ୍ ଧାତୁ=ତ୍ୟାଗ କରିବା) ତ୍ୟାଗ କରିବା — ୬. To abandon; to give up.
ଦୀର୍ଘ ତପତ ନାସ ନିଳ ତେଜିଲେ ଆହା ମରଇତ ବିଚାରିଲି କବିସୂର୍ଯ୍ୟ. କିଶୋରୀଚମ୍ପୁ. ଦ. ଗୀତ
- ୭. ମାୟା ନ ରଖିବା; ମମତା ନ ରଖିବା — ୭. To have no concern or interest.
ତୁମ୍ଭପାଇଁ କି ମୁହିଁ ତେଜି ପରାଣକୁ, ଶକ୍ତି ଅନୁରୂପେ ବିନ୍ଧୁଛି ସାୟକକୁ କୃଷ୍ଣସିଂବା ମହାଭରତ ଭୀଷ୍ମ