ତେଜୋବତୀ
ଦେଖଣା
ତେଜୋବତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ତେଜୋବତ୍+ସ୍ତ୍ରୀ. ଈ)
[ସମ୍ପାଦନା]ତେଜୋବାନ୍ର ସ୍ତ୍ରୀ ଲିଙ୍ଗ —The feminine of 'Tejobān.'
ବିଶେଷ୍ୟ -
[ସମ୍ପାଦନା]- ୧. ହିମାଳୟର ନିକଟବର୍ତ୍ତୀ ହରଦ୍ୱାର ଆଦି ସ୍ଥାନରେ ଜନ୍ମିବା ବନ୍ୟ କଣ୍ଟକୀ ବୃକ୍ଷବିଶେଷ — ୧. A kind of thorny plant growing in Haradwar and other places near the Himalayas; the toothache tree.
[ ଦ୍ର—ଏହାର ଛାଲ ଲଙ୍କାମରିଚ ପରି ରାଗ ପାହାଡ଼ିମାନେ ଏହାକୁ ମସଲା ପରି ଡାଲି ତିଅଣରେ ମିଶାନ୍ତି ଏହାର ଛେଲି ଏ ମୂଳ ଚୋବାଇଲେ ଦାନ୍ତରୋଗ ଭଲ ହୁଏ ବୈଦ୍ୟଶାସ୍ତ୍ର ଅନୁସାରେ ଏହା ପାଚକ, କଫ, ବାତ, ଶ୍ୱାସନାଶକ ଓ ଅର୍ଶରୋଗରେ ଉପକାରୀ]
ଅନୁବାଦ
[ସମ୍ପାଦନା]ତେଜୋବତୀ
- ୨. ମହା ଜ୍ୟୋତିଷ୍ମତୀ ଲତା (ହିନ୍ଦୀ - ଶବ୍ଦସାଗର) — ୨. Cardiospermum Helicacabum
[ଦ୍ରଷ୍ଟବ୍ୟ —ଏହା ହିମାଳୟର ଝେଲମ ନଦୀଠାରୁ ଆସାମ ପର୍ଯ୍ୟନ୍ତ ଓ ଲଙ୍କା, ବ୍ରହ୍ମଦେଶର ସମୁଦ୍ର ପତନରୁ ୪ ପୁଟ ଉଚ୍ଚତର ପାର୍ବତ୍ୟ ଅଞ୍ଚଳରେ ଜନ୍ମେ ଏହାର ପତ୍ର ଗୋଲ ଓ କୋଣବିଶିଷ୍ଟ ଏ ଲତା ଗଛ ଉପରେ ମାଡ଼ି ଗଛଯାକ ଆଚ୍ଛାଦନ କରେ ଚୈତ୍ରମାସରେ ଏ ଲାତର ଦେହଯାକ ପେନ୍ଥା ପେନ୍ଥା ଫୁଲ ଧରେ ଓ ଫୁଲ ଝଡ଼ିଗଲେ ନେଳି ଫଳ ଧରେ ଫଳ
ପାଚିଲେ ହଳଦିଆ ମଟର ପରି ଦେଖାଯାଏ ଫଳ ଭିତରୁ ନାଲି ଦାନା ବାହାରେ ଏହି ମଞ୍ଜିକୁ ପେଡ଼ି ତେଲ ବାହାର କରନ୍ତି ଏ ତେଲର ବର୍ଣ୍ଣ ନାରଙ୍ଗବର୍ଣ୍ଣ ଓ ଦକ୍ଷିଣ ଭାରତରେ ବିକ୍ରି ହଏ ଏ ତୌଳ ଔଷଧରେ ଲାଗେ ଏ ତୌଳର ସ୍ୱାଦ କଡ଼ୁଆ ଏହା ଅଗ୍ନି, ମେଧା ଓ ସ୍ମୃତିବର୍ଦ୍ଧକ ଓ ବାତ, କଫ ଓ ଦାହନାଶକ —ହିନ୍ଦୀ - ଶବ୍ଦସାଗର]