Jump to content

ତେଜ ପତ୍ର

ଉଇକିଅଭିଧାନ‌ରୁ

ତେଜ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ତ୍ୱକ୍ପତ୍ର)

[ସମ୍ପାଦନା]

ନାତିଦୀର୍ଘ ଚିରଶ୍ୟାମଳ ତରୁ ବିଶେଷର ସୁବାସିତ ପତ୍ର — The scented leaves of cassia cinnamon; Tolia Malabathy; Cinnamonium Obtusifolium (Kirtikar.)

[ଦ୍ରଷ୍ଟବ୍ୟ —ଦାରୁଚିନି ବା ଡାଳଚିନି ଗଛକୁ ମଧ୍ୟ ସଂସ୍କୃତରେ ତ୍ୱକ୍ପତ୍ର ବା ତ୍ୱଚ ବୋଲାଯାଏ ଡାଳଚିନି ଗଛର ପତ୍ର ମଧ୍ୟ ବାସନାଯୁକ୍ତ, କିନ୍ତୁ ତେଜପତ୍ର ଗଛ ଓ ଡାଳଚିନି ଗଛ ପୃଥକ୍ ବୈଦ୍ୟଶାସ୍ତ୍ର ଅନୁସାରେ ଏହା କାଶ, ଆମ, କଣ୍ଡୁ, ଅରୁଚି କୃମି, ପୀନସଆଦି ରୋଗ ପକ୍ଷରେ ଉପକାରୀ ଓ ଧାତୁବର୍ଦ୍ଧକ ଓ ବଳକାରକ ଏହାର ମଞ୍ଜିରୁ ଚାରା ଉଠାଇ ଗଛ ୫ ବର୍ଷର ହେଲେ ଲୋକେ ନେଇ କିଆରିରେ ପୋତନ୍ତି ଏ ଗଛକୁ ଖରାରୁ ବଞ୍ଚାଇବା ପାଇଁ ଉପରେ ଛାୟା କରାଯାଏ ଓ ୭ ବର୍ଷ ପରେ ଏଥିରୁ ପତ୍ର ଓ ସାନ ସାନ ଡାଳ ଛିଣ୍ଡାଇ ଶୁଖାଇ ରଖାଯାଏ ପ୍ରତିବର୍ଷ ଆଶ୍ୱିନଠାରୁ ମାର୍ଗଶିର ପର୍ଯ୍ୟନ୍ତ ଏଥିର ପତ୍ର ଛିଣ୍ଡାଯାଏ ପତ୍ରି ଗଛରୁ ବର୍ଷକେ ୧୧୫: ସେର ପତ୍ର ବାହାରେ ଏ ଗଛ ପୂର୍ବ ହିମାଳୟ, ଖାସିଆ ପାହାଡ଼, ତ୍ରିପୁରାଆଦି ପୂର୍ବଭାରତୀୟ ଅଞ୍ଚଳର ନାତିଦୀର୍ଘ ଚିରହରିତ ବୃକ୍ଷ ଅଟେ ଏ ପତ୍ର ଔଷଧରେ ଓ ତରକାରୀରେ ମସଲାରୂପେ ବ୍ୟବହୃତ ହୁଏ ]