ତେଲଙ୍ଗୀ ବାଜା
ଦେଖଣା
ତେଲଙ୍ଗୀ ବାଜା
ଉଚ୍ଚାରଣ
[ସମ୍ପାଦନା]ତେଲଙ୍ଗୀ ବାଇଦ,ତେଲଙ୍ଗୀ ବାଦ୍ୟଅନ୍ୟରୁପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୈଲଙ୍ଗୀୟ ଓ ବାଦ୍ୟ)
[ସମ୍ପାଦନା]- ୨.ଟି ଢୋଲ ୨ଟି ମହୁରୀ ଓ ହଳେ ଝାଞ୍ଜ ଏପରି ଅନ୍ତତଃ ୫ ପ୍ରକାର ଯନ୍ତ୍ର ସଂବଳିତ ବାଦ୍ୟ —A concert performed by ୫ instruments (viz. ୨ drums; ୨ trumpets and ୧ pair of cymbals) originally introduced in Orissa from the Deccan.
ମେଘ ବରଷିଲେ ଟପର ଟପର କେଶର ମାଇଲା ଗଜା, କେଉଁ ରାଇଜରେ ରହିଲେ ମୋ ରାଜା ତେଲଙ୍ଗୀ ବାଇଦ ବଜା ଶିଶୁଗୀତ
[ଦ୍ରଷ୍ଟବ୍ୟ —ସଂଭବତଃ ଏ ବାଦ୍ୟ ତେଲଙ୍ଗା ଦେଶରେ ଦେଖାଦେଖି ପ୍ରଥମେ ଓଡ଼ିଶାରେ ଚଳିବାରୁ ଏହି ନାମ; ଏଥିର ୨ଟି ମହୁରୀ ମଧ୍ୟରେ ଗୋଟିଏ ଗୀତର ରାଗ ଅନୁସାରେ ବାଜେ ଓ ଆଉ ଗୋଟିଏ କେବଳ ଧାରାବାହିକ ଅଖଣ୍ଡ ସ୍ୱରରେ ବଜାଯାଉଥାଏ ଗୋଟିଏ ଢୋଲ ମହୁରୀରେ ବୋଲା ଯାଉଥିବା ସ୍ୱର ଅନୁସାରେ ତାଳକ୍ରମେ ବଜାଯାଉଥାଏ ଆଉ ଗୋଟିଏ ଢୋଲର ଡାହାଣପାଖେ ତାଳ କ୍ରମେ କାଠି ଆଘାତ କାରାଯାଉଥାଏ ଓ ବାଆଁ ପାଖ ଖଣ୍ଡିଏ ପାତିଆ ଭଳିଆ କାଠିଦ୍ୱାରା ଘଷା ହୋଇ ଭ୍ରମର ପରି ଭଅଁ ଭଅଁ ଶବ୍ଦ କରୁଥାଏ ଏକତ୍ରବାଦିତ ତେଲିଙ୍ଗୀବାଜାର ୫ଟି ଯନ୍ତ୍ର ଶ୍ରୃତିମଧୁର ଅଟେ]
ଶୁଣନ୍ତି ମଣନ୍ତି କାହୁଁ ଭିଆଇଲା ଅନଙ୍ଗ ତେଲଙ୍ଗୀ ବାଦ୍ୟ ଭଞ୍ଜ. ଲାବଣ୍ୟବତୀ