Jump to content

ତେଲୁଣୀ ପୋକ

ଉଇକିଅଭିଧାନ‌ରୁ

ତେଲୁଣୀ ପୋକ

ଉଚ୍ଚାରଣ

[ସମ୍ପାଦନା]

(ତେଲୁଗୁଣୀ ପୋକ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୈଳିନୀ)

[ସମ୍ପାଦନା]

ଏକ ପ୍ରକାର ଶତପଦୀ ପୋକ —Millipede; gally worm; myrapods.

[ଦ୍ରଷ୍ଟବ୍ୟ —ଏମାନଙ୍କ ଦୁଇଟି ନିଶ ଥାଏ ଏମାନଙ୍କର ଚୁଙ୍ଗଡ଼ି ମାଛର ଖୋଳପା ପରି ପଟି ପଟି କାତି ଥାଏ ଏମାନେ ନାଲି, କୋଳଥିଆ ଓ ନାଲି ଉପରେ କଳା ଲମ୍ୱା ଡ଼ୋରିଆ ପଡ଼ିଥିବା ରଙ୍ଗ ଦେଖା ଯାଆନ୍ତି ଏମାନଙ୍କ ଉପରେ ଆଘାତ ଲାଗିଲେ ଏମାନେ କୁଣ୍ଡଳାକୃତି ହୋଇ ଯାଆନ୍ତି ଏମାନଙ୍କର ଥରକେ ସହସ୍ର ସହସ୍ର ଛୁଆ ହୁଅନ୍ତି ଏମାନେ ସାଧାରଣତଃ ଦିଆସିଲି କାଠି ପରି ମୋଟ ଓ ଚାରି ଆଙ୍ଗୁଳ ଲମ୍ୱ ହୁଅନ୍ତି କିନ୍ତୁ ପାର୍ବତ୍ୟ ଦେଶରେ ଏମାନେ ଅଧ ଇଞ୍ଜ ବ୍ୟାସବିଶିଷ୍ଟ ଓ ୧୨: ଆଙ୍ଗୁଳ ଲମ୍ୱ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ଦେହରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ଅଛି ପିଲାମାନେ ଭୁଲରେ ଏହି ପୋକକୁ ପାଟିରେ ପୁରାଇ ଦେଲେ ପାଟି ନାଲ ହୋଇ ଘା ହେଇଯାଏ ଏମାନେ ସାଧାରଣତଃ ୫ ପ୍ରକାର୧—ଏକ ଫୁଟ ପର୍ଯ୍ୟନ୍ତ ବଢନ୍ତି ବ୍ୟାସ ଅଧ ଇଞ୍ଚ, ବର୍ଣ୍ଣ କଳା ଓ ନାଲିଆ ମିଶା୨— ନାଲି୩—କଳା୪—କଳା ଓ ନାଲି ଡୋରିଆ ୫— ରିବିରିବିଆ କଳା ଓ ନାଲିର ଦାଗ]