ତୈତ୍ତିରୀୟ
ତୈତ୍ତିରୀୟ
ଉଚ୍ଚାରଣ
[ସମ୍ପାଦନା](ତୈତ୍ତିରୀୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ତିତ୍ତିରି=ଜଣେ ଋଷି+ଈୟ)
[ସମ୍ପାଦନା]- ୧. ତିତ୍ତିର ସମ୍ୱନ୍ଧୀୟ —୧. Pertaining to the sage 'Tittiri'
- ୨. ତିତ୍ତିର ମୁନିଙ୍କ ରଚିତ ଯଜୁର୍ବେଦ ଶାଖାଧ୍ୟାୟୀ (ବ୍ରାହ୍ମଣ) — ୨. Studying the branch of the J̄ajurbeda composed by sage Tittiri.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତିତ୍ତିରି ନାମକ ଋଷିଙ୍କ ପ୍ରବର୍ତ୍ତିତ ଯଦୁର୍ବେଦାନ୍ତଗର୍ତ ଶାଖାବିଶେଷ —୧. A section of the J̄ajurbeda composed by sage Tittiri.
[ଦେର—ଏହା ଯଜୁର୍ବେଦାନ୍ତର୍ଗତ ୮୬: ଶାଖା ମଧ୍ୟରୁ ଏକତମ ଏହା ଆତ୍ରେୟ ଅନୁକ୍ରମଣିକା ଓ ପାଣିନିଙ୍କ ଅନୁସାରେ ପ୍ରୋକ୍ତ ପୁରାଣରେ ଲେଖା ଅଛି ଯେ, ଏକଦା ବୈଶମ୍ପାୟନ ବ୍ରହ୍ମହତ୍ୟା କରିଥିଲେ ଏଥିର ପ୍ରାୟଶ୍ଚିତ୍ତ ପାଇଁ ସେ ଆପଣା ଶିଷ୍ୟ ମାନଙ୍କୁ ଯଜ୍ଞ କରିବାକୁ ଆଦେଶ ଦେଲେ ଆଦେଶ ଅନୁସାରେ ସବୁ ଶିଷ୍ୟମାନେ ଯଜ୍ଞ କରିବାକୁ ପ୍ରସ୍ତୁତ ହେଲେ, କିନ୍ତୁ ଯାଜ୍ଞବଲ୍ୟ ପ୍ରସ୍ତୁତ ହେଇ ନ ଥିବାର ଦେଖି ବୈଶମ୍ପାୟନ କୁପିତ ହୋଇ କହିଲେ ତୁମ୍ଭେ ଆମ୍ଭର ଶିଷ୍ୟତ୍ୱ ପରିତ୍ୟାଗ କର ଏଥିରେ ଯାଜ୍ଞବଲ୍ୟ ଗୁରୁଙ୍କଠାରୁ ଯାହା ଯାହା ଶିକ୍ଷା କରିଥିଲେ ତାହା ସବୁ ବାନ୍ତି କରି ପକାଇଲେ ଏହା ଦେଖି ତାଙ୍କ ସହପାଠି ମାନେ ତିତ୍ତିର ପକ୍ଷୀରୂପ ଧାରଣ କରି ତାହା ଖୁଣ୍ଟି ନେଲେ ଏହାହିଁ ତୈତ୍ତରୀୟା ଶାଖା ହେଲା ଏହି ଶାଖାର ଉପନିଷେଦ୩ ଭାଗରେ ବିଭକ୍ତ ପ୍ରଥମ ଭାଗର ନାମ ସଂହିତୋପନିଷଦ ବା ଶିକ୍ଷାବଲ୍ଲୀ; ଏଥିରେ ବ୍ୟାକରଣ ଓ ଅଦ୍ୱୈତବାଦର ଚର୍ଚ୍ଚା ହୋଇଅଛି, ୨ୟ ଭାଗ ଆନନ୍ଦବଲ୍ଲୀ ଓ ୩ୟ ଭାଗ ଭାଗୁବଲ୍ଲୀ; ୨ୟ ଓ ୩ୟ ଭାଗକୁ ସମ୍ମିଳିତ ଭାବରେ ବାରୁଣୀ ଉପନିଷଦ ବୋଲାଯାଏ ତୈତ୍ତିରୀୟ ଉପନିଷଦରେ ବ୍ରହ୍ମବିଦ୍ୟା, ଶ୍ରୁତି, ସ୍ମୃତି, ଇତିହାସ ବିଷୟର ଚର୍ଚ୍ଚା ହୋଇଅଛି ଶଙ୍କରାଚାର୍ଯ୍ୟ ଏହି ଉପନିଷଦର ଗୋଟିଏ ଉତ୍କୃଷ୍ଟ ଭାଷ୍ୟ କରିଅଛନ୍ତି-ହିନ୍ଦୀ - ଶବ୍ଦସାଗର]
- ୨. ଉପରୋକ୍ତ ଶାଖାର ଉପନିଷଦବିଶେଷର ନାମ — ୨. A treatise of Upanishada on the above section of the J̄ajurbeda.