ତୋଟା
ଦେଖଣା
ତୋଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଟ୍. ଧାତୁ=ଚ୍ଛେଦନ କରିବା; ତେଲୁଗୁ - ତୋଟା);
[ସମ୍ପାଦନା]- ୧. ଆରାମ ଉପବନ —୧. Pleasure garden.
- ୨. ଆମ୍ୱ ବଗିଚା —୨. Mango-tope.
- ୩. ଫଳବୃକ୍ଷବହୁଳ ଉପବନ; ଫଳ ବଗିଚା; ବଗାଏତ — ୩. A plantation of fruit garden; orchard.
ତୋଟାରେ ଏହି ଯେତେବେଳେ ଥିବ ଶୋଇ ମାରିବି ମୁଁ ତାକୁ ଗଙ୍ଗାରେ ପକାଇ କୃଷ୍ଣସିଂହ. ମହାଭାରତ ଆଦି
- ୪. (କ୍ୱଚିତ୍ ବ୍ୟବହାର) ଫୁଲ ବଗିଚା —୪. A flowers garden.
ରାମ କୃଷ୍ଣ ଦୁହେଁ ତୋଟାକୁ ଗଲେ ବାନ୍ଧି ପକାଇଲେ ମାଳିକି ଭକ୍ତଚରଣ ମଥୁରା. ମଙ୍ଗଳ
[ଦ୍ରଷ୍ଟବ୍ୟ —ଫଳ ବା ବଡ଼ ଗଛର ଉଦ୍ୟାନକୁ ତୋଟା ବା ବଗାଏତ ବୋଲାଯାଏ, ଯଥା—ଆମ୍ୱ ତୋଟା, ବଉଳ ତୋଟା ଇତ୍ୟାଦି ଓ ଫୁଲ ବା ସାନ ସାନ ଗଛର ଉଦ୍ୟାନକୁ ବଗିଚା ବୋଲାଯାଏ ଯଥା—ତୁଳସୀ ବଗିଚା, ମଲ୍ଲି ବଗିଚା ଇତ୍ୟାଦି ତାଳ, ବାଉଁଶ ଆଦି ବୃକ୍ଷ ଓ ବନ୍ୟ ବୃକ୍ଷବହୁଳ ସ୍ଥାନକୁ ବଣ ବୋଲାଯାଏ ଯଥା—ତାଳ ବଣ, ବାଉଁଶ ବଣ ଇତ୍ୟାଦି]
- ୫. ଟୋଟା (ଦେଖ) - Ṭoṭā (See)