ତୋଡ଼
ଦେଖଣା
ତୋଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଡ୍ ଧାତୁ=ଆଘାତ କରିବା; ସଂସ୍କୃତ - ଚୂର୍ଣ୍ଣି= ବେଗ. ତୁଳ. ସଂସ୍କୃତ - ତରଙ୍ଗ (ଯୋଗେଶ୍ଚନ୍ଦ୍ର)
[ସମ୍ପାଦନା]- ୧. ଜଳସ୍ରୋତର ବଳପୂର୍ଣ୍ଣ ବେଗ ବା ପ୍ରଚଣ୍ଡତା — ୧. The violence or force of a stream or current of water.
- ୨. ସ୍ରୋତର କ୍ଷିପ୍ରଗତି — ୨. Swiftness of a current.
ଉପର ପାଣି ତୋଡ଼ ପଡ଼ିଛି ସମ୍ଭାଳି ହେଉ ନାହିଁ ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୩. ବେଗ —୩. Speed; rapidity.
- ୪. ରଗଡ଼; ଜୋର; ବଳ — ୪. Strength; violence; force.
- ୫. ରାଗ; କ୍ରୋଧ —୫. Anger; wrath.
- ୬. ରାଗର ହପ୍ପା ବା ଥର — ୬. A fit of anger or temper.
- ୭. ଆକ୍ରମଣର ରଗଡ଼ —୭. Strain or brunt of some attack.
- ୮. ବିବାଦ —୮. Dispute.
- ୯. କଳିକଜିଆ —୯. Wrangling; quarrel.
- ୧. ପ୍ରଚଣ୍ଡତା —୧୦. Violence; vehemence.