ତୋଡ଼ା
ଦେଖଣା
ତୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ତୁଣ=ଶର ମୁଣା)
[ସମ୍ପାଦନା]- ୧. ଥଳି; ଟଙ୍କା ଆଦିର ମୁଣା; ଛଣି — ୧. A purse or bag of money.
ପଡ଼ି ତ ରହିଲା ସୁନା ରୂପା ତୋଡ଼ା ରାଧାନାଥ. ଦରବାର
[ଦ୍ରଷ୍ଟବ୍ୟ —ସାଧାରଣତଃ ପାଞ୍ଚ ଶହ, ହଜାରେ, ଦୁଇ ହଜାର ଟଙ୍କା ସମ୍ଭାଇବା ଭଳି ତୋଡ଼ା ତିଆରି ହୁଏ ]
- ୨. (ଆରବୀ - ତୁର୍ରାହ=ଫୁଲର ପେନ୍ଥା)— ଫୁଲର ସଜ୍ଜିତ ଗୁଚ୍ଛ ବା କେଣ୍ଡା —୨. A cluster or bunch of flowers; nosegay.
- ୩. ବନ୍ଧୁକରେ ନିଆଁ ଲଗାଇବା ପାଇଁ ବ୍ୟବହୃତ କତା ବା ଝୋଟ ଆଦିର ଦଉଡ଼ା ବା ବତି; ସଳିତା — ୩. A match or wick to ignite a matchlock gun.
ଅନୁବାଦ
[ସମ୍ପାଦନା]ତୋଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ତ୍ରୁଟ୍ ଧାତୁ) ଭାଙ୍ଗିବା; ଖଣ୍ଡ ଖଣ୍ଡ କରିବା — ୧. Breaking to pieces; demolition.
- ୨. ଗାଲକୁ ଚିମୁଟିବା; ଗାଲକୁ ତୋଡ଼ିବା — ୨. Pinching of the cheek.
- ୩. ରୂପା ତାର ଓ ଘୁଙ୍ଗୂରନିର୍ମିତ ଗୋଡ଼ର ଏକ ପ୍ରକାର ବଳା —୩. A kind of anklet made of silver wires and fitted with tinkling bells.