Jump to content

ତୋରା

ଉଇକିଅଭିଧାନ‌ରୁ

ତୋରା

ଉଚ୍ଚାରଣ

[ସମ୍ପାଦନା]

(ତୋରାଏ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ତ୍ୱରା)

[ସମ୍ପାଦନା]
୧. ତ୍ୱରିତ; ତ୍ୱରାଯୁକ୍ତ; ତ୍ୱରାନ୍ୱିତ; ଚଞ୍ଚଳ — ୧. Swift, in haste.

ଶାଳ୍ୱ ଶିଶୁପାଳ ବଧରୁ କ୍ରୋଧ ବହି ସରଭ ପୂର ଯାନେ ବସି ତୋରା ହୋଇ କୃଷ୍ଣସିଂହ. ମହାଭାରତ. ବନ

୨. ତୋଫା; ଉଜ୍ଜ୍ୱଳ —୨. Bright; dazzling; gay.

ସୁବର୍ଣ୍ଣ କେତକୀ ତୋରା, ଦିଶଇ ଯେମନ୍ତ ତୋରା, ସେହି ରୂପେ କରଇ ମନକୁ ତୋରା ଦୀନକୃଷ୍ଣ. ରସକଲ୍ଲୋଳ

୩. ସୁନ୍ଦର —୩. Graceful; fine.

ତାହାକୁ ମନ୍ଦହାସ କରୁଛି ତୋରା କୃଷ୍ଣସିଂହ, ମହାଭାରତ. ଆଦି

୪. ଅସ୍ଥିର; ଚାଞ୍ଚଲ୍ୟଯୁକ୍ତ; ବ୍ୟଗ୍ର —୪. Restless; eager.

ସୁବର୍ଣ୍ଣ କେତକୀ ତୋରା, ଦିଶଇ ଯେମନ୍ତ ତୋରା ସେହି ରୂପେ କରଇ ସେ ମନକୁ ତୋରା ଦୀନକୃଷ୍ଣ. ରସକଲ୍ଲୋଳ

କ୍ରି.ବିଶେଷଣ -

[ସମ୍ପାଦନା]

ଚଞ୍ଚଳ; ଶାଘ୍ର; ତୁରନ୍ତ —Swiftly; hastily.

ବିଶେଷ୍ୟ -

[ସମ୍ପାଦନା]

ରାଗ; କ୍ରୋଧ; କ୍ରୋଧର ହପ୍ପା — A bit of anger; paroxysm of rage.

(ଯଥା— ସେ ମୋ ଉପରେ ତୋରା କାଢୁଛି)

ପ୍ରାଦେଶିକ - (ଗଞ୍ଜାମ)

[ସମ୍ପାଦନା]

ଏକ ପ୍ରକାର ଗଛ —Name of a tree.