Jump to content

ତୋଳା କନ୍ୟା

ଉଇକିଅଭିଧାନ‌ରୁ

ତୋଳା କନ୍ୟା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳ୍ ଧାତୁ=ଟେକି ଦେବା+କନ୍ୟା)

[ସମ୍ପାଦନା]

ଅଭାବଗ୍ରସ୍ତ ପିତା ବିବାହବ୍ୟୟ ବହନ କରିବାକୁ ଅକ୍ଷମ ହୋଇ ଯେଉଁ କନ୍ୟାକୁ ବିବାହ ପୂର୍ବେ ବର ହସ୍ତରେ ତୁଳସୀପତ୍ର ସହିତ ସମର୍ପଣ କରେ ଏବଂ ବର ନିଜ ଗୃହରେ ଯେଉଁ କନ୍ୟାର ପାଣିଗ୍ରହଣ କରେ — A maiden who is given away by her poor parents to the bridegroom elect who has the marriage ceremony performed at his house instead of the maiden's father.

[ଦ୍ରଷ୍ଟବ୍ୟ —ହିନ୍ଦୁଶାସ୍ତ୍ର ମତରେ କନ୍ୟାପିତା ବରଙ୍କୁ ନିଜ ଘରକୁ ନିମନ୍ତ୍ରଣ କରି ଧନରତ୍ନବିଭୂଷିତା କନ୍ୟାକୁ ବେଦୀ ଉପରେ ବରଙ୍କୁ ସମର୍ପଣ କରନ୍ତି ଓ ବବାହର ସମସ୍ତ ବ୍ୟୟ ନିଜେ ବହନ କରନ୍ତି, କିନ୍ତୁ ଯେଉଁ ଗରୀବ କନ୍ୟାକର୍ତ୍ତାଙ୍କର ଏ ବ୍ୟୟାଦି ବହନ କରିବାର ଶକ୍ତି ନ ଥାଏ ସେ ଗୋଟିଏ ତୁଳସୀପତ୍ର ସହିତ କନ୍ୟାକୁ ବର ଘରକୁ ନେଇ ସେଠାରେ ବିବାହ କର୍ମ ଓ ବିବାହ ଉତ୍ସବାଦି କରନ୍ତି; ବରଙ୍କୁ ଏହିରୂପେ ଉତ୍ତୋଳିତା କନ୍ୟାକୁ ତୋଳାକନ୍ୟା ବୋଲାଯାଏ]