ତ୍ରି
ତ୍ରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତିନି ସଂଖ୍ୟା —The number three.
ବିଶେଷଣ -
[ସମ୍ପାଦନା]ତିନି ସଂଖ୍ୟକ —Numbering three.
[ ଦ୍ର—ଏହି ଶବ୍ଦକୁ ସଂସ୍କୃତରେ 'ତ୍ରି' ଇଂରାଜୀରେ ଥ୍ରୀ (three), ଗ୍ରୀକ୍ରେ ଟ୍ରେଇସ Treis, ଲାଟିନରେ ଟ୍ରେସ (tres), ଗେଲିକ୍ରେ ଟ୍ରି (tri), ଗଥିକ୍ରେ ଥ୍ରାଇସ୍ (Thrais), ହିନ୍ଦି. ଫାର୍ସୀ ଓ ବଙ୍ଗଳାରେ ତିନ୍ ଓ ଓଡ଼ିଆ ଭାଷାରେ ତିନି ବୋଲି କୁହାଯାଏ ସଂସ୍କୃତ ଉପପଦରୂପେ ପ୍ରୟୋଗ ହେଉଥିବା 'ତ୍ରି' ହିନ୍ଦୀରେ 'ତି' ବଙ୍ଗଳାରେ 'ତେ'(ଯଥା—ତେପେଟ) ଓଡ଼ିଆରେ 'ତି' (ଯଥା— ତିପଟ) ଓ ଲାଟିନରେ ଟ୍ରି—Tri ରୂପେ ପ୍ରୟୋଗ ହୁଏ ଏହି ଶବ୍ଦ ଅନ୍ୟାନ୍ନ ଶବ୍ଦମାନଙ୍କ ପୂର୍ବେ ଯୋଗ ହୋଇ ଅନେକ ପଦ ନିଷ୍ପନ୍ନ ହୁଏ ଯଥା—ତ୍ରିଅଗ୍ନି—ଦକ୍ଷିଣ, ଗାର୍ହପତ୍ୟ ଓ ଆହବନୀୟ ନାମକ ବୈଦିକ ଅଗ୍ନିତ୍ରୟ ତ୍ରିଗୁଣ—ସତ୍ତ୍ୱ, ରଜଃ ଓ ତମଃ ଗୁଣତ୍ରୟ ତ୍ରିଲୋକ—ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଲୋକତ୍ରୟ ତ୍ରି କାଳ—ଭୂତ, ବର୍ତ୍ତମାନ ଓ ଭବିଷ୍ୟତ୍ ତ୍ରିସନ୍ଧ୍ୟା—ସକାଳ, ଦ୍ୱିପହର, ଓ ସନ୍ଧ୍ୟା ତ୍ରଋଣ—ଦେବଋଣ, ପିତୃଋଣ ଓ ଋଷିଋଣ ତ୍ରିକର୍ମ—କାୟିକ, କାଚିକ ଓ ମାନସିକ ତ୍ରିମଦ—ବିଷୟମଦ, ଧନମଦ ଓ ଆଭିଜାତ୍ୟ ମଦ ତ୍ରି ଧାତୁ—ବାତ, ପିତ୍ତ ଓ କଫ ତ୍ରିତାପ—ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ତ୍ରିବେଦ—ଋକ୍ ସାମ ଓ ଯଜୁଃ ତ୍ରିବର୍ଗ—ଧର୍ମ, ଅର୍ଥ ଓ କାମ ତ୍ରିଦେବ—ବ୍ରହ୍ମା, ବିଷ୍ଣୁ ଓ ର୍ଶିବ ତ୍ରିଅବସ୍ଥା—ବାଲ୍ୟ, ଯୌବନ ଓ ଜରା କିମ୍ୱା ଜନ୍ମ, ଜୀବଧାରଣ, ଓ ମୃତ୍ୱୁ କିମ୍ୱା ସୃଷ୍ଟି, ସ୍ଥିତି ଓ ପ୍ରଳୟ ତ୍ରିଲିଙ୍ଗ—ସ୍ତ୍ରୀ.ପୁଲିଙ୍ଗ - ଓ ନପୁଂସକ) ]